www.samajalive.in
Friday, December 12, 2025
26.1 C
Bhubaneswar

ସମଗ୍ର ଦେଶରେ ଏକକ ଶିକ୍ଷାନୀତି ପ୍ରଚଳନ ହେବା ଆବଶ୍ୟକ-ଗଣଶିକ୍ଷା ମନ୍ତ୍ରୀ

ପିପିଲି : ଶିକ୍ଷାର ଅଗ୍ରଗତିରେ ସଭ୍ୟତାର ବିକାଶ ଓ ଜାତିର ଉନ୍ନତି ସମ୍ଭବ। ସମଗ୍ର ଦେଶରେ ଏକକ ଶିକ୍ଷାନୀତି ପ୍ରଚଳନ ହେବାର ଆବଶ୍ୟକତା ରହିଛି। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ସୃଜନଶକ୍ତି ଓ ଅନ୍ତର୍ନିହିତ ପ୍ରତିଭାର ବିକାଶ ପାଇଁ ଉଭୟ ଶିକ୍ଷକ ଓ ଅଭିଭାବକମାନେ ଯତ୍ନବାନ ହେବା ଆବଶ୍ୟକ ବୋଲି ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମତବ୍ୟକ୍ତ କରିଛନ୍ତି।

 ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଦ୍ୱାରା ୧୯୧୯ ମସିହା ଜୁଲାଇ ୨୩ରେ ପ୍ରତିଷ୍ଠିତ ଦାଣ୍ଡମୁକୁନ୍ଦପୁର ସ୍ଥିତ ଗୋପବନ୍ଧୁ ମେମୋରିଆଲ ହାଇସ୍କୁଲର ଶତାବ୍ଦୀ ସମାରୋହର ଉଦ୍‍ଯାପନୀ ଦିବସରେ ମନ୍ତ୍ରୀ ଶ୍ରୀଦାଶ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଦ୍ୟାଳୟର ପ୍ରତିଷ୍ଠାତା ପୂଣ୍ୟାତ୍ମା ଗୋପବନ୍ଧୁ ଦାସଙ୍କ ସ୍ମୃତିଚାରଣ କରିବା ସହ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। କେବଳ ପୁସ୍ତକ ଜ୍ଞାନ ମଧ୍ୟରେ ସୀମିତ ନରହି ନିଜ ମନରେ ସୃଷ୍ଟି ହେଉଥିବା ବିଭିନ୍ନ ପ୍ରଶ୍ନର ଉତ୍ତର ଖୋଜିବାକୁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ପୁରାତନ ଛାତ୍ର ସଂସଦର ସଭାପତି ଶିକ୍ଷାବିତ୍‍ ଶରତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଅନ୍ୟତମ ଅତିଥି ଭାବେ ସ୍ଥାନୀୟ ବିଧାୟକ ପ୍ରଦୀପ ମହାରଥୀ ଯୋଗଦେଇ ବିଦ୍ୟାଳୟର ଉନ୍ନତି ପାଇଁ ସରକାରଙ୍କ ପକ୍ଷରୁ ୧୮ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ଓ ଜାନୁଆରୀ ୧୫ ପରେ କାର୍ଯ୍ୟ ଆରମ୍ଭ କରାଯିବା ସଂପର୍କରେ ସୂଚନା ଦେଇଥିଲେ। ଅତ୍ୟାଧୁନିକ ବିଜ୍ଞାନାଗାର ଓ ଲାଇବ୍ରେରୀ ପାଇଁ ନିଜ ବିଧାୟକ ପାଣ୍ଠିରୁ ୧୦ଲକ୍ଷ ଟଙ୍କା ପ୍ରଦାନ କରିବାକୁ ସେ ପ୍ରତିଶୃତି ଦେବା ସହ ବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀମାନେ ରାଜ୍ୟ ତଥା ଦେଶ, ବିଦେଶରେ ବେଶ ସୁନାମ ଅର୍ଜ୍ଜନ କରିଥିବା ସୂଚନା ଦେଇଥିଲେ। ବାତ୍ୟାରେ କ୍ଷତିଗ୍ରସ୍ତ ବିଦ୍ୟାଳୟ ଗୁଡିକର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପିପିଲି ବ୍ଲକକୁ ୬କୋଟି ଓ ଡେଲାଙ୍ଗ ବ୍ଲକକୁ ୫କୋଟି ୫୦ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର ହୋଇଥିବା ସେ ସୂଚନା ଦେଇଥିଲେ। ଅନ୍ୟତମ ଅତିଥି ଭାବେ ପୂର୍ବତନ ସାଂସଦ ଐର ଖାରବେଳ ସ୍ୱାଇଁ ଯୋଗଦେଇ ମାନବିକ ମୂଲ୍ୟବୋଧ, ଛାତ୍ରଛାତ୍ରୀଙ୍କ ସୃଜନଶୀଳତା ସଂପର୍କରେ ଆଲୋକପାତ କରିବା ସହ ବିଦ୍ୟାକୁ ସୁଖର ଜନନୀ ବୋଲି କହିଥିଲେ। ମଣିଷକୁ ଅଜ୍ଞତା, ଅହଂକାର, ଅନ୍ଧତ୍ୱରୁ ଶିକ୍ଷା ମୁକ୍ତ କରାଏ ବୋଲି ସେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଅମୂଲ୍ୟ କୁମାର ପ୍ରଧାନ, ଜିଲା ପରିଷଦ ସଭ୍ୟା ଗୀତାଞ୍ଜଳୀ ଦାଶ, ସରପଞ୍ଚ ମଞ୍ଜୁଲତା ପଣ୍ଡା, ସମିତିସଭ୍ୟ ମଧୁସୂଦନ ପ୍ରଧାନ, କମିଟିର ଉପସଭାପତି ଅଜୟ କୁମାର ମହାନ୍ତି ପ୍ରମୁଖ ଯୋଗଦେଇ ଶିକ୍ଷା ଓ ବିଦ୍ୟାଳୟ ସଂପର୍କରେ ଆଲୋକପାତ କରିବା ସହ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଏହି ଅବସରରେ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ, କର୍ମଚାରୀ ଓ ମେଧାବୀ ଛାତ୍ରଛାତ୍ରୀଙ୍କୁ ସଂବର୍ଦ୍ଧିତ କରାଯାଇଥିଲା। ପୁରାତନ ଛାତ୍ର ସଂସଦର ସାଧାରଣ ସଂପାଦକ ପ୍ରକାଶ ଚନ୍ଦ୍ର ମିଶ୍ର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଧାନଶିକ୍ଷକ ପ୍ରଭାସ ଚନ୍ଦ୍ର ମିଶ୍ର ବିବରଣୀ ପାଠ କରିଥିଲେ। ପୁରାତନ ଛାତ୍ର ସଂସଦର ବରିଷ୍ଠ ସଦସ୍ୟ ଶିକ୍ଷାବିତ୍‍ ଅର୍ଜ୍ଜୁନ ଘଡେଇ ଶେଷରେ ଧନ୍ୟବାଦ ଅର୍ପଣ କରିଥିବା ବେଳେ ପୁରାତନ ଛାତ୍ର ସୁଦର୍ଶନ ମିଶ୍ର ଓ ସନ୍ତୋଷ କୁମାର ମିଶ୍ର ସଭାକାର୍ଯ୍ୟକୁ ପରିଚାଳନା କରିଥିଲେ। ଏହି ଅବସରରେ ଶିକ୍ଷାବିତ୍‍ ଅର୍ଜ୍ଜୁନ ଘଡେଇଙ୍କ ଅଧ୍ୟକ୍ଷତାରେ ୧୯୭୧ ମସିହାରୁ ୨୦୧୯ ମସିହାର ପୁରାତନ ଛାତ୍ରଛାତ୍ରୀଙ୍କ ଏକ ବନ୍ଧୁମିଳନ ଓ କବିତା ଆବୃତ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟ ପରିସରରେ ଜିଲା ସ୍ତରୀୟ ପୁରୁଷ ଓ ମହିଳା କବାଡି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥିବା ବେଳେ ସଂନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ପୁରାତନ ଛାତ୍ର ସଂସଦର ସହ ସଂପାଦକ ଆଡ୍‍ଭୋକେଟ୍‍ ଶଶୀଭୂଷଣ ପ୍ରଧାନ, ବରିଷ୍ଠ ସଦସ୍ୟ ଭାସ୍କର ବରାଳ, ସୁବାଷ ଚନ୍ଦ୍ର ମିଶ୍ର, ସନ୍ତୋଷ କୁମାର ମିଶ୍ର, ନୃସିଂହ ଚରଣ ସାହୁ, ସୂର୍ଯ୍ୟନାରାୟଣ ନାୟକ, ପ୍ରସନ୍ନ କୁମାର ଦାସ, ପ୍ରଭାତ କୁମାର ଦାଶ ପ୍ରମୁଖ ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ।

- Advertisement -

Hot this week

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

Related Articles

Popular Categories