www.samajalive.in
Thursday, December 11, 2025
16.1 C
Bhubaneswar

ଭାର୍ଗବୀ ନଦୀ ପଠାରୁ ଗଳିତ ମୃତଦେହ ଜବତ

ପିପିଲି: ପିପିଲି ଥାନା ଅନ୍ତର୍ଗତ ଜଗନ୍ନାଥପୁର ନିକଟବର୍ତ୍ତି ଭାର୍ଗବୀ ନଦୀପଠାରୁ ଜଣେ ବ୍ୟକ୍ତିଙ୍କ ମୃତଦେହକୁ ଶନିବାର ଅପରାହ୍ନରେ ପିପିଲି ପୁଲିସ ଜବତ କରିଛି। ମୃତକ ଜଣକ ହେଲେ ଗୋପ ଥାନା ସାନଡି ଅଞ୍ଚଳର ରବିନ୍ଦ୍ର ସାହୁ(୫୮) । ସେ ଭୁବନେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗରେ ଚାକିରି କରିଥିବା ସୂଚନା ମିଳିଛି। ମୃତଦେହ ନିକଟରୁ ମୃତକଙ୍କ ସିମ୍ ନଥିବା ଏକ ମୋବାଇଲ ଫୋନ, କୀଟନାଶକ ବୋତଲ ସହ ଏକ ବ୍ୟାଗରେ ରଖାଯାଇଥିବା ଦାନାଦାର ପ୍ୟାକେଟ ଓ ସାର୍ଟକୁ ପୁଲିସ ଜବତ କରିଛି। ମୃତଦେହଟି ଆଂଶିକ ଭାବେ ଗଳିତ ହୋଇଥିବାବେଳେ ଶରୀରର ବାମଗୋଡର ପାଦକୁ ବିଲୁଆ କିମ୍ବା କୁକୁର ଖାଇ ଦେଇଥିବା ଅନୁମାନ କରାଯାଉଛି। ଏନେଇ ପିପିଲି ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ବେଳେ ପୁଲିସ ମୃତଦେହକୁ ଉଦ୍ଧାର କରିବା ପରେ ବ୍ୟବଚ୍ଛେଦ ପାଇଁ ପୁରୀ ପଠାଇ ଘଟଣାର ତଦନ୍ତ ଜାରି ରଖିଛି। ପାରିପାର୍ଶ୍ବିକ ଅବସ୍ଥାରୁ ଏହା ଆତ୍ମହତ୍ୟା ପରି ମନେ ହେଉଥିବା ବେଳେ ମୃତ୍ୟୁର ପ୍ରକୃତ କାରଣ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ସ୍ପଷ୍ଟ ହେବ ବୋଲି ଆଇଆଇସି ଶରତ କୁମାର ସାହୁ ସୂଚନା ଦେଇଛନ୍ତି। ତେବେ ରବିନ୍ଦ୍ର ସବୁଦିନ ଗୋପରୁ ଭୁବନେଶ୍ୱର ଅଫିସକୁ ଯିବା ଆସିବା କରୁଥିବା ବେଳେ ଗତ ୪ ତାରିଖ ଠାରୁ ଘରକୁ ଫେରିନଥିଲେ। ଭୁବନେଶ୍ୱର ସ୍ଥିତ ନିଜର ପୁରୁଣା କାର୍ୟ୍ୟାଳୟ ବିଲ୍ଡିଂତରେ ସେ ଗତ ୫ତାରିଖରେ ସାଇକେଲ ରଖି ସହକର୍ମୀଙ୍କୁ ଘରକୁ ଯାଉଛି ବୋଲି କହି ଆସିଥିଲେ ମଧ୍ୟ ଘରକୁ ଫେରିନଥିବା ସଂପର୍କରେ ପରିବାର ଲୋକେ ପୁଲିସକୁ ସୂଚନା ଦେଇଛନ୍ତି। ରବିନ୍ଦ୍ରଙ୍କ ନିଖୋଜ ସଂପର୍କରେ ତାଙ୍କ ପରିବାର ପକ୍ଷରୁ ଗୋପ ଓ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରାଯାଇଥିବା ନେଇ ତାଙ୍କ ପୁଅ ଓ ଜ୍ୱାଇଁ ପୁଲିସକୁ କହିଛନ୍ତି।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories