www.samajalive.in
Thursday, December 11, 2025
16.1 C
Bhubaneswar

କୃପାଜଳରେ ସାହିତ୍ୟ ମହୋତ୍ସବ

ପିପିଲି : ଛାତ୍ରାବସ୍ଥାରେ ଲେଖାଲେଖିକୁ ଅଭ୍ୟାସର ପରିଣତ କଲେ ଭବିଷ୍ୟତରେ ଜଣେ ଭଲ ଲେଖକ, କବି, ଗାଳ୍ପିକ ହୋଇପାରିବ। ଜଣେ ଭଲ ଲେଖକ ହେବା ପୂର୍ବରୁ ଜଣେ ଭଲ ପାଠକ ହେବା ଜରୁରୀ ବୋଲି କୃପାଜଳ ଗୃପ୍ସ ଅଫ୍‍ ଇନଷ୍ଟିଚ୍ୟୁସନ୍ସ ପକ୍ଷରୁ ଆୟୋଜିତ ଦୁଇଦିନିଆ ସାହିତ୍ୟ ମହୋତ୍ସବର ଉଦ୍‍ଘାଟନୀ ଉତ୍ସବରେ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି।
ରାଜଧାନୀ ଉପକଣ୍ଠ କୌଶଲ୍ୟାଗଙ୍ଗ ସ୍ଥିତ କୃପାଜଳ ଇଞ୍ଜିନିୟରିଂ କଲେଜର ସମ୍ମିଳନୀ କକ୍ଷରେ ଶନିବାର ‘ସାହିତ୍ୟ ମହୋତ୍ସବ’ର ଉଦ୍‍ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ସ୍ତମ୍ଭକାର ତଥା ଐପନ୍ୟାସିକ ଡ଼ଃ ବିଭୂତି ପଟ୍ଟନାୟକ ଯୋଗଦେଇ ପୁସ୍ତକକୁ ଜ୍ଞାନର ଭଣ୍ଡାର ବୋଲି କହିବା ସହ ଛାତ୍ରାବସ୍ଥାରୁ ଲେଖାଲେଖିକୁ ଅଭ୍ୟାସରେ ପରିଣତ କରିବା ଓ ଦୈନିକ ପୁସ୍ତକ ପଠନ କରିବାକୁ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ରଙ୍ଗବତୀ ଗୀତର ଗାୟକ ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ ଯୋଗଦେଇ ଓଡିଶାର କଳା, ସଂସ୍କୃତି ଓ ପରମ୍ପରାର ସୁରକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରିଥିଲେ। ସଙ୍ଗୀତକୁ ବଞ୍ଚାଇ ରଖିବା କ୍ଷେତ୍ରରେ ସେ ନିଜର ସଂଘର୍ଷମୟ ଜୀବନ ସଂପର୍କରେ ଆଲୋକପାତ କରିଥିଲେ।
କୃପାଜଳ ଶିକ୍ଷାନୁଷ୍ଠାନର ଚେୟାରମ୍ୟାନ ଡ଼ଃ ଭବାନୀ ଚରଣ ରଥ ନିଜ ଅଭିଭାଷଣରେ ଛାତ୍ରଛାତ୍ରୀମାନେ ସୋସିଆଲ ମିଡିଆରୁ ଜ୍ଞାନ ଆହରଣ କରିବା ଅପେକ୍ଷା ପୁସ୍ତକ ଓ ପତ୍ରିକା ଅଧ୍ୟୟନ କରିବା ଅଧିକ ଜରୁରୀ ବୋଲି କହିଥିଲେ। କୃପାଜଳ ଶିକ୍ଷାନୁଷ୍ଠାନର ଡାଇରେକ୍ଟର ବିଭୂତି ଭୂଷଣ ରଥ ଅତିଥି ପରିଚୟ ପ୍ରଦାନ କରିବା ସହ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ରଙ୍ଗବତୀ ଗୀତ ସହ କେତେକ ସମ୍ବଲପୁରୀ ସଙ୍ଗୀତ ଗାନ କରି ଶ୍ରୀହରିପାଲ ଶ୍ରୋତାମାନଙ୍କୁ ମୁଗ୍ଧ କରିଥିଲେ। ଡ଼ଃ ରଥ ଏହି ଅବସରରେ ଡ଼ଃ ବିଭୂତି ପଟ୍ଟନାୟକ ଓ ଜିତେନ୍ଦ୍ର ହରିପାଲଙ୍କୁ ‘କୃପାଜଳ ସମ୍ମାନ’ରେ ସମ୍ବର୍ଦ୍ଧତ କରିଥିଲେ। ଶେଷରେ କୃପାଜଳ ଇଞ୍ଜିନିୟରିଂ କଲେଜର ପ୍ରିନ୍ସପାଲ ଡ଼ଃ ନିରଞ୍ଜନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories