ଇସଲାମାବାଦ . – ପାକିସ୍ତାନରେ ଥିବା ତେହେରିକ-ଇ-ଲବାକ ପାକିସ୍ତାନର ମୁଖ୍ୟ ଖାଦିମ୍ ହୁସେନ୍ ରିଜିଭିଙ୍କୁ ଗିରଫ କରାଯାଇଛି । ସେ ଲୋକମାନଙ୍କୁ ଏସିଆ ବିବି ନାମକ ମହିଳାଙ୍କ ମୁକ୍ତି ବିରୋଧରେ ଲୋକଙ୍କୁ ମତାଇବା ସହ ବିଭିନ୍ନ ହିଂସାତ୍ମକ ପ୍ରଦର୍ଶନ କରିବାକୁ ପ୍ରବର୍ତ୍ତାଉଥିବା ଅଭିଯୋଗରେ ଖାଦିମଙ୍କୁ ଗିରଫ କରାଯାଇଛି ।
ଏସିଆ ବିବି ନାମକ ଖ୍ରୀଷ୍ଟିଆନ ମହିଳା କିଛି ଇସଲାମ ବିରୋଧି ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଥିଲା। ଏହାପରେ ତଳ ଅଦାଲତ ତାଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ । ମାତ୍ର ପରେ ଏହି ଅଭିଯୋଗ ମିଛ ବୋଲି ପ୍ରମାଣିତ ହୋଇଥିଲା । ବିଶ୍ୱର ଅନେକ ସମୁଦାୟ ଏହି ଆଦେଶର ବିରୋଧ କରିଥିଲେ। ପରେ ପାକିସ୍ତାନର ସୁପ୍ରିମକୋର୍ଟ ତାଙ୍କୁ ଦୋଷମୁକ୍ତ କରିଥିଲେ । ଏହାର ବିରୋଘରେ ଖାଦିମ ଲୋକମାନଙ୍କୁ ବିରୋଧ ପ୍ରଦର୍ଶନ କରିବାକୁ ମତାଇଥିଲେ । ରବିବାରରେ ଆଉ ଏକ ପ୍ରଦର୍ଶ କରିବା ପାଇଁ ଯୋଜନା ଚାଲିଥିବା ବେଳେ ଖାଦିମଙ୍କୁ ଗିରଫ କରାଯାଇଛି । ତାଙ୍କୁ ଗିରଫ କରାଯିବା ସମୟରେ ତାଙ୍କ ସମର୍ଥକ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା ।



