www.samajalive.in
Wednesday, December 10, 2025
18.1 C
Bhubaneswar

୨ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ

ମାଲକାନଗିରି: ମାଲକାନଗିରି ଜିଲାର ସମ୍ପୂର୍ଣ ମାଓ ପ୍ରବଣ ଅଞ୍ଚଳରେ ଶନିବାର ଜିଲା ଅବକାରୀ ବିଭାଗ ଚଢାଉ କରି ୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। ପ୍ରାୟ ୨୨ ଏକର ଜମିରେ ଏହି ଚାଷ କରାଯାଇଥିଲା। ଅବକାରୀ ଅଧୀକ୍ଷକ ଅଶୋକକୁମାର ସେଠଙ୍କ ନେତୃତ୍ୱରେ କୋରୁକୋଣ୍ଡା ବ୍ଲକର ପର୍କନମାଲା ଗ୍ରାମ ପଂଚାୟତ ମଙ୍ଗରାଯୋଡି ଘାଟି ଉପରେ ଏହି ଚଢାଉ ହୋଇଥିଲା। ନଷ୍ଟ ଗଛଗୁଡିକର ସଂଖ୍ୟା ପ୍ରାୟ ୨୨ ହଜାର ବୋଲି ସୂଚନା ମିଳିଛି। ଏଠାରେ ଆଦିବାସୀମାନେ ଆନ୍ତଃରାଜ୍ୟ ବ୍ୟବସାୟୀଙ୍କ ସହାୟତାରେ ପ୍ରାୟ ୨୨ ଏକରରୁ ଅଧିକ ଜମିରେ ଏହି ଗଞ୍ଜେଇ ଚାଷ କରିଥିଲେ। ଆଉ ଦୁଇ ମାସ ମଧ୍ୟରେ ଏହା ଅମଳ ହୋଇଥାନ୍ତା। ଜିଲାରେ ପ୍ରତିବର୍ଷ ପ୍ରାୟ ୧୦୦୦ ଏକର ଜମିରେ ଏହିଭଳି ଚାଷ ହେଉଥିବା ବେଳେ ତାମିଲନାଡୁ, ଛତିଶଗଡ, ଆନ୍ଧ୍ରପ୍ରଦେଶ ଆଦି ଅଞ୍ଚଳର ବ୍ୟବସାୟୀମାନେ ଏହି ଅଂଚଳର ନିରୀହ ଆଦିବାସୀଙ୍କୁ ପ୍ରଭାବିତ କରି ଏହି ଚାଷ କରୁଥିବା କୁହାଯାଉଛି। ମାଓବାଦୀଙ୍କ ପ୍ରଚ୍ଛନ୍ନ ହାତ ଏଥିରେ ରହୁଥିବା ମଧ୍ୟ କୁହାଯାଉଛି। ବାର୍ଷିକ ପ୍ରାୟ ୫୦୦ କୋଟି ଟଙ୍କାର ଗଂଜେଇ ଜିଲା ବାହାର ତଥା ଅନ୍ୟ ରାଜ୍ୟକୁ ଚୋରା ଚାଲାଣ ହେଉଥିବା କୁହାଯାଉଛି। ଗଞ୍ଜେଇ ଚାଷ ଏକ ଅପରାଧ ବୋଲି ଆଦିବାସୀମାନେ ଜାଣୁ ନଥିବା ବେଳେ କମ୍‍ ପରିଶ୍ରମ ଓ ବିନା ଅର୍ଥ ଲଗାଣରେ ଅଧିକ ଲାଭ ହେଉ ଥିବାରୁ ଏମାନେ ଏହି ଚାଷ ପ୍ରତି ଆଗ୍ରହ ପ୍ରକାଶ କରୁଥିବା ଦେଖାଯାଉଛି। ପ୍ରଶାସନ ଓ ପୁଲିସ ସ୍ତରରେ ଆଦିବାସୀମାନଙ୍କୁ ଏହି ଚାଷ ବେଆଇନ ବୋଲି ସଚେତନତା କରିବାର ଆବଶ୍ୟକତା ରହିଛି ବୋଲି ଅନେକ ମତ ଦେଇଛନ୍ତି।
ଏହି ଚଢାଉରେ ଅବକାରୀ ନିରୀକ୍ଷକ ବିମ୍ବାଧର ପଣ୍ଡା, ଏସ୍‍. ଜଗା ରାଓ, ତିରୁପତି ପ୍ରସାଦ ପଣ୍ଡା ପ୍ରମୁଖ ସାମିଲ ଥିଲେ। ଆଗାମୀ ଦିନରେ ମାଓ ପ୍ରବଣ ଅଂଚଳରେ କେନ୍ଦ୍ରୀୟ ପୁଲିସ ସହାୟତାରେ ଅଧିକ ଗଂଜେଇ ଗଛ ନଷ୍ଟ କରାଯିବ ବୋଲି ଅଧୀକ୍ଷକ ଶ୍ରୀ ସେଠ୍‍ ପ୍ରକାଶ କରିଛନ୍ତି।

Hot this week

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

Related Articles

Popular Categories