www.samajalive.in
Sunday, December 7, 2025
18.1 C
Bhubaneswar

ଶନିବାର ଠାରୁ ଆମରଣ ଅନଶନ କରିବ ପିପିଲି ବିକାଶ ମଞ୍ଚ

ପିପିଲି : ପିପିଲି ବିଜ୍ଞପିତ ଅଞ୍ଚଳ ପରିଷଦ(ଏନ୍‍ଏସି) ଅଞ୍ଚଳରେ ବିଗତ କିଛି ବର୍ଷ ଧରି ବିକାଶମୂଳକ କାର୍ଯ୍ୟ ଠପ୍‍ ହୋଇଯାଇଥିବା ବେଳେ ବିକାଶରେ ପିପିଲି ଏନ୍‍ଏସି କାର୍ଯ୍ୟାଳୟର କେତେକ ସରକାରୀ କର୍ମଚାରୀ ବାଧକ ସାଜୁଥିବା ନେଇ ଗୁରୁତର ଅଭିଯୋଗ କରିଛି ପିପିଲି ବିକାଶ ମଞ୍ଚ । ମଞ୍ଚର ଆବାହକ ସମାଜସେବୀ ଅନୁପ ପରିଡ଼ାଙ୍କର ନେତୃତ୍ୱରେ ଏନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଶାସନ ନିକଟରେ ତିନି ଦଫା ଦାବି ପୁରଣ ପାଇଁ ଦାବି କରାଯାଇଛି । ୪୮ ଘଣ୍ଟା ମଧ୍ୟରେ ଦାବି ପୁରଣ କରାନଗଲେ ଆସନ୍ତା ଶନିବାର ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ପିପିଲି ଏନ୍‍ଏସି କାର୍ଯ୍ୟାଳୟ ସମ୍ମୁଖରେ ମଞ୍ଚ ପକ୍ଷରୁ ଆମରଣ ଅନଶନ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦିଅଯାଇଛି ।
ପିପିଲି ଡେଲ୍‍ଟା ଛକ ଠାରେ ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ପିପିଲି ବିକାଶ ମଞ୍ଚର ଆବାହକ ଅନୁପ ପରିଡ଼ା ଅଭିଯୋଗ କରିଛନ୍ତି ଯେ, ଗତ ଫେବୃଆରୀ ୨୩ ତାରିଖରେ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭାସି ମାଧ୍ୟମରେ ପିପିଲି ନିର୍ବାଚନମଣ୍ଡଳୀ ପାଇଁ ବିଭିନ୍ନ ପ୍ରକଳ୍ପ ଘୋଷଣା କରିବା ଅବସରରେ ପିପିଲି ପୌରାଞ୍ଚଳରେ ଅତ୍ୟାଧୁନିକ ବସଷ୍ଟାଣ୍ଡ ନିର୍ମାଣ ପାଇଁ ୧.୫୦କୋଟି ଟଙ୍କାର ଅନୁଦାନ ଘୋଷଣା କରିଥିଲେ। କିନ୍ତୁ ୬ ମାସ ଧରି ପିପିଲି ଏନଏସି କର୍ତ୍ତୁପକ୍ଷ ଚୁପଚାପ ବସିବା ପରେ ହଠାତ ୭ ଦିନର ମହଲତ ଦେଇ ଜବରଦଖଲ ଉଚ୍ଛେଦ କରିବାକୁ ନୋଟିସ କରିଥିଲେ। ଏହି ମହଲତ ଜବରଦଖଲକାରୀଙ୍କ ସପକ୍ଷରେ ଯିବା ସହ ଜଣେ ଜବରଦଖଲକାରୀ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିକଟରେ ବସଷ୍ଟାଣ୍ଡ ନିର୍ମାଣ ଉପରେ ରହିତାଦେଶ ଆଣିବାରେ ସକ୍ଷମ ହେଲେ ବୋଲି ଶ୍ରୀ ପରିଡ଼ା ଅଭିଯୋଗ କରିଛନ୍ତି । ତେଣୁ ରହିତାଦେଶ ଥିବା ଜମିକୁ ଛାଡି ବାକି ଜବରଦଖଲ ଉଚ୍ଛେଦ ସହ ଦାୟିତ୍ୱହୀନ କାର୍ଯ୍ୟ କରିଥିବାରୁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛି ମଞ୍ଚ। ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମେତ କନିଷ୍ଠ ଯନ୍ତ୍ରୀଙ୍କ ପାଇଁ ପିପିଲିରେ ବିକାଶ ହୋଇ ପାରୁନଥିବା ମଞ୍ଚ ଅଭିଯୋଗ କରିଛି। ସେହିପରି ପିପିଲି ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧିନ ବିଭିନ୍ନ ୱାର୍ଡରେ ସାମାନ୍ୟ ବର୍ଷାରେ ଆଣ୍ଠୁଏ ଉଚ୍ଚର ବର୍ଷାଜଳ ଜମି ରହୁଥିବା ବେଳେ ବର୍ଷାଜଳ ସହ ଡ୍ରେନ ପାଣି ମିଶିଯାଇ ଚାରିଆଡେ ପୁତିଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। ଯଦ୍ୱାରା ପିପିଲି ଅଞ୍ଚଳରେ ଡେଙ୍ଗୁ ବ୍ୟତିତ ଲୋକେ ଚର୍ମରୋଗ ଓ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏଥି ସହିତ ରାସ୍ତାରେ ବର୍ଷାଜଳ ଲହଡି ମାରି ତଳିଆ ଅଞ୍ଚଳର ଲୋକଙ୍କ ଘରେ ମଧ୍ୟ ପାଣି ପଶି ଯିବା କାରଣରୁ ଲୋକେ ହଇରାଣ ହରକତ ହେଉଛନ୍ତି। ତେଣୁ ପିପିଲି ଏନଏସି ଅଧିନ ସମସ୍ତ ୱାର୍ଡର ଡ୍ରେନେଜ୍‍ ସମସ୍ୟା ଦୂର କରାଯିବାକୁ ଦାବି କରାଯାଇଛି। ଆଗାମୀ ୪୮ ଘଣ୍ଟା ମଧ୍ୟରେ ସମସ୍ତ ଦାବି ପୁରଣ କରାନଗଲେ ଆସନ୍ତା ଶନିବାର ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ପିପିଲି ଏନ୍‍ଏସି କାର୍ଯ୍ୟାଳୟ ସମ୍ମୁଖରେ ମଞ୍ଚ ପକ୍ଷରୁ ଆମରଣ ଅନଶନ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦିଅଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ରାକେଶ ରୋଷନ ମହାନ୍ତି, ନାରୀନେତ୍ରୀ ବିଜୟଲକ୍ଷ୍ମୀ ମିଶ୍ର, ସମାଜସେବୀ ମିହିର ମୁଦୁଲି, ବିଣାପାଣୀ ଷଢ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଦାବି ସମ୍ପର୍କିର୍ତ ଏକ ସ୍ମାରକପତ୍ରକୁ ପିପିଲି ତହସିଲଦାର ସପନ କୁମାର ନନ୍ଦଙ୍କ ଜରିଆରେ ପୁରୀ ଜିଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିବା ସୂଚନା ମିଳିଛି।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories