www.samajalive.in
Saturday, December 6, 2025
19.1 C
Bhubaneswar

ବ୍ରଣ ହେଉଥିଲେ…

ଶୀତଦିନେ ଶୁଷ୍କ ତ୍ବଚାରେ କେତେଜଣଙ୍କ ଠାରେ ବ୍ରଣ, ଦାଗ ସମସ୍ୟା ଦେଖାଯାଏ। ହେଲେ ଏଥିରେ ବ୍ୟତିବ୍ୟସ୍ତ ନ ହୋଇ ସରଳ ଘରୋଇ ଉପଚାର କଲେ ବ୍ରଣ କମ୍ ହୁଏ। ଏହି ଋତୁରେ ନିଜ ଖାଦ୍ୟପାନୀୟ ଉପରେ ଗୁରୁତ୍ବ ଦିଅନ୍ତୁ, ଶୋଷ ନ ହେଉଥିଲେ ମଧ୍ୟ ଦିନକୁ ୯-୧୦ ଗିଲାସ ପାଣି ପିଇବାର ଅଭ୍ୟାସ କରନ୍ତୁ। ଉଷୁମ ପାଣି ପ୍ରତିଦିନ ପିଇଲେ ତ୍ବଚା ଓ କେଶର ଅନେକ ସମସ୍ୟାର ସମାଧାନ ହୁଏ।
– କ୍ଲିନଜିଂ ମିଲ୍କ ନଚେତ୍ କଞ୍ଚା ଖିରରେ ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ ତ୍ବଚାକୁ ଭଲରେ ପୋଛି ମଏଶ୍ଚରାଇଜର୍ ଲଗାଇନେବେ। ତ୍ବଚା ଶୁଷ୍କ ହେଲେ ବ୍ରଣ ଏଇ ଦିନେ ବଢ଼ିବାର ସମସ୍ୟା ଉପୁଜେ।
– ଘି-କୁଆଁରୀ ରସରେ ମହୁ ଅଳ୍ପ ମିଶାଇ ତ୍ବଚାରେ ଲଗାଇ କିଛି ସମୟ ପରେ ଧୋଇନେବେ। ସକାଳବେଳା ଏହି ପ୍ୟାକ୍ ଲଗାଇବେ ନଚେତ୍ ଥଣ୍ଡା, ସର୍ଦି ହେବାର ଭୟ ରହିଛି।
– ଏସବୁ ସହ ବେସନରେ ମହୁ ଓ ଖିର ସର ମିଶାଇ ତ୍ବଚାରେ ପ୍ୟାକ୍ ଭଳି ଲଗାନ୍ତୁ। ଶୁଖିବା ପରେ ଧୋଇନେବେ, ବ୍ରଣ ସମସ୍ୟାରୁ ରକ୍ଷା ପାଇବା ନିମନ୍ତେ ଏହା ଏକ ଭଲ ପ୍ୟାକ୍।
– ଶୀତରେ ସପ୍ତାହକୁ ଥରେ ତ୍ବଚା ସ୍କ୍ରବ୍ କରନ୍ତୁ, ଅଧିକ ଥର ସ୍କ୍ରବ୍ କ​‌େ​‌ଲ ବ୍ରଣ ସମସ୍ୟା ବଢ଼ିପାରେ ବୋଲି ବିଉଟିସିଆନ୍‌ଙ୍କ ମତ। ବାହାରୁ ଆସିବା ପରେ ତ୍ବଚାକୁ ଭଲରେ ଧୋଇ ମଏଶ୍ଚରାଇଜର୍, ଟୋନର୍ ଲଗାଇବାକୁ ଯେପରି ନ ଭୁଲିବେ। ଏହି ଋତୁରେ ତ୍ବଚାକୁ ଏଭଳି ଉପାୟରେ ପୋଷଣ ଦେବା ଜରୁରୀ। 

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories