www.samajalive.in
Monday, December 8, 2025
13.1 C
Bhubaneswar

ପାଇଲଟ ଡିଜିଟାଲ ମୁଦ୍ରା କାରବାର ଆରମ୍ଭ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ପାଇଲଟ ଡିଜିଟାଲ ମୁଦ୍ରା କାର୍ଯ୍ୟକ୍ରମ ମଙ୍ଗଳବାରଠାରୁ ଆରମ୍ଭ କରିଛନ୍ତି। ଏହି ଡିଜିଟାଲ ମୁଦ୍ରାକୁ ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ କରେନ୍ସି (ସିବିଡିସି) କୁହାଯାଉଛି। ଏଥିପାଇଁ ଦେଶର ୯ଟି ବ୍ୟାଙ୍କକୁ ମନୋନୀତ କରାଯାଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ୯ଟି ବ୍ୟାଙ୍କ ପରସ୍ପର ମଧ୍ୟରେ କେତେକ ନିର୍ଦ୍ଦିଷ୍ଟ କାରବାର ପାଇଁ ଏହାର ବ୍ୟବହାର କରି​‌େ​‌ବ ବୋଲି ଆରବିଆଇ କହିଛି। ଧୀରେଧୀରେ ପାଇଲଟ ଲଞ୍ଚର ପରିସୀମା ବୃଦ୍ଧି ହେବା ସହ ସମୟ ସମୟରେ ଆରବିଆଇ ଡିଜିଟାଲ ରୁପୀରେ ସ୍ୱତନ୍ତ୍ର ଫିଚର ଓ ଲାଭ ବିଷୟରେ ସୂଚନା ଦେବ। ମନୋନୀତ ବ୍ୟାଙ୍କଗୁଡ଼ିକ ଆଜି ୨୭୫ କୋଟି ଟଙ୍କାର କାରବାର କରିଛନ୍ତି। ମାସକ ମଧ୍ୟରେ ବିଭିନ୍ନ ସ୍ଥାନର ଖୁଚୁରା କେନ୍ଦ୍ରଗୁଡ଼ିକରେ ଏହା ଉପଲବ୍ଧ ହେବ।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories