ଭାରସାମ୍ୟ ହରାଇ ଓଲଟିଲା କୁକୁଡା ବୋଝେଇ ପିକଅପ୍ ଭ୍ୟାନ୍, ଚାଳକ ଗୁରୁତର

ପାଟଣା : କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ପାଟଣା-କେନ୍ଦେଇପଶି ରାସ୍ତାର ପୁଟୁଳିଆ ନିକଟରେ ଆଜି ଦ୍ବିପ୍ରହରେ ଏକ ବ୍ରଏଲର କୁକୁଡା ବୋଝେଇ ପିକଅପ ଭ୍ୟାନ୍ ଭାରସାମ୍ୟ ହରାଇ ଓଲଟି ପଡି ଦୁର୍ଘଟଣାଗ୍ରସ୍ତ ହୋଇଛି ।‌ ଦୁର୍ଘଟଣାରେ ଚାଳକ ଗୁରୁତର ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।‌ ସୂଚନା ଅନୁଯାୟୀ ପିକଅପ ଗାଡିଟି କେନ୍ଦୁଝର ଆଡୁ ବ୍ରଏଲର କୁକୁଡା ବୋଝେଇ କରି ପାଟଣା ଆସୁଥିବାବେଳେ ଚାଳକର ଆଖି ଲାଗି ଯିବାରୁ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ପାଟଣା ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ।

 

Comments are closed.