www.samajalive.in
Monday, December 8, 2025
13.1 C
Bhubaneswar

କୋଭିଡ଼ ମୁକାବିଲା ପାଇଁ ସୃଜନଶୀଳ ଏକ ବଳିଷ୍ଠ ମାଧ୍ୟମ

କରୋନା ମହାମାରୀ ସମୟରେ ସମ୍ପ୍ରତି ସମାଜରେ ସୃଷ୍ଟି ହୋଇଥିବା ଦୁଃସ୍ଥିତିକୁ ସୃଜନାତ୍ମକ ମାଧ୍ୟମରେ ମୁକାବିଲା କରିପାରିଲେ ମାନସିକ ଅବସାଦରୁ ରକ୍ଷା କରିହେବ ବୋଲି ବିଶିଷ୍ଠ ବ୍ୟକ୍ତିମାନେ ମତ ପ୍ରକାଶ କରିଛନ୍ତି। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ଜନ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ “ସୃଜନାତ୍ମକ ମାଧ୍ୟମରେ କରୋନା ମହାମାରୀ ମୁକାବିଲା” ଶୀର୍ଷକ ୱେବିନାର ଆଜି ଆୟୋଜିତ ହୋଇଯାଇଛି। ଶ୍ରୀମତୀ ସୁମତି ମୁଣ୍ଡ୍ଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଉତ୍କଳ ବିଶ୍ଵବିଦ୍ୟାଳୟର ସାମାଜିକ ବିଜ୍ଞାନ ବିଭାଗର ସହାୟକ ପ୍ରାଧ୍ୟାପକ ଡ଼. ତନୟା ମହାନ୍ତି ଯୋଗ ଦେଇ ମହାମାରୀ ସମୟରେ ଆମ ସମାଜ କିଭଳି ସ୍ଥିତି ଦେଇ ଗତି କରୁଛି ଏବଂ ଏଥିପାଇଁ ଆମକୁ ମାନସିକ ସ୍ତରରେ କିଭଳି ପ୍ରସ୍ତୁତ ରଖିବାକୁ ହେବ ସେ ସମ୍ପର୍କରେ ଉପାଦେଯ ତଥ୍ୟ ପ୍ରଦାନ କରିଥିଲେ। କରୋନା ସମୟରେ ପାରିବାରିକ ଓ ସାମାଜିକ ଜୀବନକୁ ଅଧିକ କ୍ରିୟାଶୀଳ କରିବାକୁ ହେଲେ ପ୍ରତ୍ୟେକଙ୍କୁ ସୃଜନଶୀଳ ହେବାକୁ ହେବ ବୋଲି ମତ ପ୍ରକାଶ କରିଛନ୍ତି।

ଭୁବନେଶ୍ୱର ସ୍ଥିତ ପତ୍ର ସୂଚନା କାର୍ଯ୍ୟାଳୟ ତଥା ଆଞ୍ଚଳିକ ଜନସମ୍ପର୍କ କାର୍ଯ୍ୟାଳୟର ଅତିରିକ୍ତ ମହା ନିର୍ଦ୍ଦେଶକ ରାଜେନ୍ଦ୍ର ଚୌଧୁରୀ ଯୋଗଦେଇ କରୋନା ଭଳି ଦୁସ୍ଥିତିର ମୁକାବିଲା ପାଇଁ ସୃଜନଶୀଳତା ଏକ ବଳିଷ୍ଠ ମାଧ୍ୟମ ବୋଲି ମତବ୍ୟକ୍ତ କରିଛନ୍ତି। ଅନ୍ୟତମ ବକ୍ତା ଭାବେ କେରଳ ଏବଂ ଲାକ୍ଷାଦ୍ଵୀପ ପତ୍ର ସୂଚନା କାର୍ଯ୍ୟାଳୟର ଅତିରିକ୍ତ ମହାନିର୍ଦ୍ଦେଶକ ଭି. ପଲ୍ଲନିଚମୀ ରଚନାତ୍ମକ କାର୍ଯ୍ୟ ମାଧ୍ୟମରେ ଆମେ ବର୍ତ୍ତମାନ ସ୍ଥିତିରେ ବ୍ୟବହାରରେ ପରିବର୍ତ୍ତନ ଆଣିପାରିବା ବୋଲି ଗୁରୁତ୍ଵ ଦେଇଛନ୍ତି।

- Advertisement -

ଏହି କାର୍ଯ୍ୟକ୍ରମରେ ଆଞ୍ଚଳିକ ଜନ ସମ୍ପର୍କ କାର୍ଯ୍ୟାଳୟର ନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର ସାହିତ୍ୟ, ସଂଗୀତ, ଚିତ୍ରକଳା ମାଧ୍ୟମରେ ଆମେ ନିଜର ସୃଜନଶୀଳତା ପ୍ରକାଶ କଲେ ନିଜେ ଶାନ୍ତ ରହି ଅନ୍ୟକୁ ଶାନ୍ତି ପ୍ରଦାନ କରି ପାରିବା ବୋଲି ଗୁରୁତ୍ଵାରୋପ କରିଛନ୍ତି। ଅନ୍ୟତମ ବକ୍ତା ଭାବେ ବିଶିଷ୍ଠ ସିନେ ନିର୍ମାତା, ସଂଗୀତ ନିର୍ଦ୍ଦେଶକ, କଣ୍ଠଶିଳ୍ପୀ ଅଜୟ ମହାନ୍ତି ଏବଂ କବି ପ୍ରମୋଦ ପ୍ରଧାନ ପ୍ରମୁଖ ଭାବେ ଯୋଗ ଦେଇ ସାହିତ୍ୟ ଏବଂ ସଂଗୀତ ସକାରାତ୍ମକ ଭାବନା ଜାଗ୍ରତ କରିବା ସହ ସଂଘର୍ଷ କରିବା ପାଇଁ ପ୍ରେରଣା ଯୋଗାଇଥାଏ ବୋଲି କହିଛନ୍ତି।

Hot this week

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

Related Articles

Popular Categories