www.samajalive.in
Friday, December 5, 2025
16.1 C
Bhubaneswar

ସ୍ୱତନ୍ତ୍ର ରିଲିଫ କମିଶନର ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସଚିବଙ୍କ ବାର୍ଷିକ ସମ୍ମିଳନୀ ଆୟୋଜିତ

ଗୃହ ମନ୍ତ୍ରଣାଳୟ ପକ୍ଷରୁ ଆଜି ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ସ୍ୱତନ୍ତ୍ର ରିଲିଫ କମିଶନର ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସଚିବମାନଙ୍କ ବାର୍ଷିକ ସମ୍ମିଳନୀ ଭିଡିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ହୋଇଯାଇଛି। ଦକ୍ଷିଣ-ପଶ୍ଚିମ ମୌସୁମୀ ୨୦୨୧ କାରଣରୁ ଦେଖାଯିବାକୁ ଥିବା ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତିର ସ୍ଥିତି ସମୀକ୍ଷା କରିବା ଲାଗି ମୁଖ୍ୟତଃ ଏହି ସମ୍ମିଳନୀ ଆୟୋଜନ କରାଯାଇଥିଲା।

କେନ୍ଦ୍ର ଗୃହ ସଚିବ ଏହି ସମ୍ମିଳନୀରେ ଅଧ୍ୟକ୍ଷତା କରିଥିଲେ। ସେ ତାଙ୍କର ଉଦଘାଟନୀ ଅଭିଭାଷଣରେ ବର୍ଷା ସାରା ୨୪ ଘଣ୍ଟିଆ ପ୍ରସ୍ତୁତି ସୁନିଶ୍ଚିତ କରିବା ଲାଗି କ୍ଷମତା ନିର୍ମାଣ ଏବଂ ତୁରନ୍ତ ପଦକ୍ଷେପ ନିମନ୍ତେ ସଜାଗ ରହିବାର ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରିଥିଲେ। ସେ ଦକ୍ଷିଣ-ପଶ୍ଚିମ ମୌସୁମୀ କିମ୍ବା ଅନ୍ୟ କୌଣସି ଆସନ୍ନ ବିପତ୍ତି ସମୟରେ ପ୍ରବଳ ବର୍ଷା/ବନ୍ୟା ଯୋଗୁ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଥିବା ସମସ୍ତ ସ୍ୱାସ୍ଥ୍ୟ ସେବା ସୁବିଧା, ଅକ୍ସିଜେନ ଜେନେରେସନ ପ୍ଲାଣ୍ଟଗୁଡ଼ିକର ସୁରକ୍ଷା ନିମନ୍ତେ ଅତିରିକ୍ତ ପ୍ରୟାସ କରିବାକୁ ପରାମର୍ଶ ଦେଇଥିଲେ। କେନ୍ଦ୍ର ଗୃହ ସଚିବ କୋଭିଡ-୧୯ ମହାମାରୀ ସମୟରେ ବନ୍ୟା, ବାତ୍ୟା, ଭୂମିକମ୍ପ ଆଦି ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ହେବାକୁ ଥିବା କ୍ଷତିକୁ ସର୍ବନିମ୍ନ କରିବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ସମ୍ପୃକ୍ତ ଅଧିକାରୀମାନଙ୍କୁ ଭଲ ଭାବେ ପ୍ରସ୍ତୁତି କରିବା ପାଇଁ ପରାମର୍ଶ ଦେଇଥିଲେ।

- Advertisement -

କେନ୍ଦ୍ର ଗୃହ ସଚିବ ଜାତୀୟ ରିମୋଟ୍ ସେନ୍ସିଂ କେନ୍ଦ୍ର ଦ୍ୱାରା ବିକଶିତ ଜାତୀୟ ବିପର୍ଯ୍ୟୟ ପରିଚାଳନା ଡାଟାବେସର ୪.୦ ଭର୍ସନକୁ ମଧ୍ୟ ଉନ୍ମୋଚନ କରିଥିଲେ। ଏହା ଦେଶରେ ବିପର୍ଯ୍ୟୟ ବିପତ୍ତି ହ୍ରାସ କରିବା ଲାଗି ପୂର୍ବାନୁମାନ ଜାରି କରୁଥିବା ଏଜେନ୍ସିଗୁଡ଼ିକ ଠାରୁ ରିଅଲ ଟାଇମ ଆଲର୍ଟ ତଥା ଚେତାବନୀ ଜାରି କରିବା ଏବଂ ଜିଲ୍ଲାସ୍ତରର ବିପର୍ଯ୍ୟୟ ପ୍ରଶମନ ବିଭାଗ ପର୍ଯ୍ୟନ୍ତ ସୂଚନା ଏକତ୍ରୀକରଣ ପାଇଁ ବିଶେଷ ସହାୟକ ହେବ। ଆଇଏମଡି ପକ୍ଷରୁ ପୂର୍ବାନୁମାନ, ସତର୍କତା ଓ ପ୍ରଚାର ବ୍ୟବସ୍ଥା, କାର୍ଯ୍ୟାନୁଷ୍ଠାନ ଓ ପ୍ରସ୍ତୁତି ସହ ଜଡ଼ିତ ଉପାୟ ତଥା ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ କ୍ଷମତା ବୃଦ୍ଧି ଲାଗି ନିଜର ଭବିଷ୍ୟତ ଯୋଜନା ଉପରେ ଏକ ଉପସ୍ଥାପନା କରାଯାଇଥିଲା।

ଏହି ସମ୍ମିଳନୀରେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ, ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରଣାଳୟ, କେନ୍ଦ୍ର ସଶସ୍ତ୍ର ପୁଲିସ ବାହିନୀ, ଭାରତୀୟ ପାଣିପାଗ ବିଭାଗ, କେନ୍ଦ୍ରୀୟ ଜଳ ଆୟୋଗ, ହିମପାତ ଓ ହିମସ୍ଖଳନ ଅଧ୍ୟୟନ ପ୍ରତିଷ୍ଠାନ, ଏନଆରଏସସି, ଇସ୍ରୋ, ଜିଏସଆଇ ଏବଂ ଅନ୍ୟ ବୈଜ୍ଞାନିକ ସଂଗଠନଗୁଡ଼ିକ ସହିତ ସେନାବାହିନୀ ଏବଂ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ। ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି, ଆଗୁଆ ସତର୍କତା ପ୍ରଣାଳୀ, ବନ୍ୟା ଓ ନଦୀ/ଜଳାଶୟ ପରିଚାଳନା, ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକର ବିପର୍ଯ୍ୟୟ ପରିଚାଳନା ଅନସାଇଟ୍ ଓ ଅଫସାଇଟ୍ ଯୋଜନା ସହ ଜଡ଼ିତ ସମସ୍ତ ପ୍ରସଙ୍ଗରେ ଆଲୋଚନା ହୋଇଥିଲା।

Hot this week

ରାତି ବଢିବା ସହ ବଢ଼ିଲାଣି ଭିଡ ,କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି

କଟକ :କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି । କିନ୍ତୁ ଆଜିଠୁ...

ସମ୍ପତ୍ତି ଆଗରେ ସମ୍ପର୍କ ତୁଛ , ମା ର ମୃତ ଦେହ ସତ୍କାର ନହୋଇ ପଡ଼ିରହିଛି

କୁଜଙ୍ଗ: କୁଜଙ୍ଗ ବ୍ଲକ ବିଶ୍ୱାଳି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି।...

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦,କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ଆସନ୍ତା ୯ ତାରିଖରେ ବାରବାଟୀ ଷ୍ଟାଡିୟମ, କଟକ ଠାରେ ଭାରତ-ଦକ୍ଷିଣ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ଫୁଲବାଣୀ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି...

୨ ଶିଶୁ ସହ ୧୫ ଦାଦନ ଶ୍ରମିକ ଉଦ୍ଧାର, ଫେରାର ସର୍ଦ୍ଦାର ଗିରଫ

କଣ୍ଟାବାଞ୍ଜି: ତୁରକେଲା ଥାନା ପୁଲିସ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଗୁରୁବାର...

Related Articles

Popular Categories