ଫୁଲବାଣୀ: ସରକାର ଗମନାଗମନର ସୁବିଧା ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିବାବେଳେ ପ୍ରଶାସନର ଅବହେଳା ଯୋଗୁଁଁ ଆଜି ବି ଗାଁ ରାସ୍ତା କାଦୁଅ ପଚ ପଚ ହେଉଥିବା ଅଭିଯୋଗ ହେଉଛି। କନ୍ଧମାଳ ଜିଲ୍ଲାର ଚକାପାଦ ବ୍ଲକ ଅନ୍ତର୍ଗତ ବପଲମେଣ୍ଡି ପଞ୍ଚାୟତ ବଡ଼ିସାହି ଗ୍ରାମର ରାସ୍ତା ବର୍ଷା ଦିନେ କାଦୁଅ ପଚ ପଚ ହେଉଥିବା ଦେଖିବାକୁ ମିଳିଛି। ଫଳରେ ଲୋକମାନେ ଯିବା ଆସିବା କରିବା ସହିତ ଜରୁରୀକାଳୀନ ସେବାରେ ନାହିଁ ନଥିବା ହଇରାଣ ହେଉଛନ୍ତି। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ଯଥାଶୀଘ୍ର କଂକ୍ରିଟ୍ ରାସ୍ତା ନିର୍ମାଣ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।
Popular Categories


