www.samajalive.in
Monday, December 8, 2025
24.1 C
Bhubaneswar

ହଜିଥିବା ୭୦ ହଜାର ଟଙ୍କା ଓ ମୋବାଇଲ ଫେରାଇଲେ ସହୃଦୟ ବ୍ୟକ୍ତି

ଫୁଲବାଣୀ: ରାସ୍ତାରେ ପଡ଼ିଥିବା ନଗଦ ୭୦ ହଜାର ଟଙ୍କା ଓ ମୋବାଇଲକୁ ଫେରାଇ ପ୍ରଶଂସାର ପାତ୍ର ହୋଇଛନ୍ତି ଫିରିଙ୍ଗିଆ ବ୍ଲକ ଗେରୁପଡା ଗାଁର ସନମତ ସାହୁ। ସୂଚନା ଅନୁସାରେ, ଟିକାବାଲି ବ୍ଲକ ଗସାଗୁଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିକ୍ରମ ପ୍ରଧାନ ତାଙ୍କ ସ୍ତ୍ରୀ ମିଙ୍ଗୁନ ପଦର ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିବାରୁ ତାଙ୍କୁ ଧରି ବାଲକି ଡାଡି ଦେଇ ମିଙ୍ଗୁନ ପଦର କେଳା ପଡା ବାଇପାସ ରାସ୍ତାରେ ଯାଉଥିଲେ। ଟିକାବାଲିରୁ ଆସି ବାଲକିଡାଡି ଦେଇ କେଳାପଡା ରାସ୍ତାର ଉର୍କିଆ ଗାଁ ରାସ୍ତାରେ ଅସାବଧାନତାରୁ ନଗଦ ୭୦ ହଜାର ଟଙ୍କା ଓ ଦାମୀ ମୋବାଇଲଟି ଖସି ପଡ଼ିଥିଲା। ବିକ୍ରମ ପ୍ରଧାନ କିଛି ଜାଣି ପାରିନଥିଲେ। ଏହି ଘଟଣା ପରେ ଶିକ୍ଷକ ଜଣକ ନିଜ ସ୍ତ୍ରୀଙ୍କୁ ମିଙ୍ଗୁନ ପଦର ପ୍ରାଥମିକ ବିଦ୍ୟାଳୟରେ ଛାଡି ଦେଖିଲା ବେଳକୁ ନିଜ ପାଖରେ ଟଙ୍କା ଓ ମୋବାଇଲ ନ ଥିବାରୁ ବ୍ୟତିବ୍ୟସ୍ତ ହୋଇ ପଡ଼ିଥିଲେ। ଏହି ଘଟଣାକୁ ନେଇଁ ଫିରିଙ୍ଗିଆ ଥାନାରେ ଲିଖିତ ଭାବରେ ଜଣାଇଥିଲେ। ଫିରିଙ୍ଗିଆ ଥାନା ତରଫରୁ ଟଙ୍କା ଓ ମୋବାଇଲ ଫେରି ପାଇବାକୁ ଚେଷ୍ଟା କରାଯାଇଥିଲା। ଫିରିଙ୍ଗିଆ ଥାନାରେ କାର୍ଯ୍ୟରତ ଗୃହରକ୍ଷୀ ସତ୍ୟବାନ ସାହୁ ଏବଂ ଥାନାରେ କାର୍ଯ୍ୟରତ ଏଏସଆଇ ଶ୍ରୀକାନ୍ତ ପାତ୍ର ଏହାକୁ ଗୁରୁତର ସହ ନେଇ ହଜିଥିବା ଟଙ୍କା ପାଇବାକୁ ଚେଷ୍ଟା କରାଯାଇଥିଲା। ଏହି ଘଟଣା ପରେ ହଜିଥିବା ଟଙ୍କା ଓ ମୋବାଇଲ ପାଇଥିବା ଗେରୁପଡା ଗାଁର ସନମତ ସାହୁଙ୍କ ସହ ଯୋଗାଯୋଗ କରିଥିଲେ ଗେରୁପଡା ଗାଁର ସତ୍ୟବାନ ସାହୁ। ଗତ ୭ ତାରିଖରେ ଟଙ୍କା ଓ ମୋବାଇଲ ହଜିଥିବାବେଳେ ମଙ୍ଗଳବାର ଫିରିଙ୍ଗିଆ ଥାନାରେ ମୋବାଇଲ ଓ ନଗଦ ଟଙ୍କା ଫେରାଇଛନ୍ତି ସନମତ।

ଅନ୍ୟପଟେ ଏହି ଘଟଣାରେ ଶିକ୍ଷକ ବିକ୍ରମ ପ୍ରଧାନ ଏହି ଟଙ୍କା ତାଙ୍କ ଏକମାତ୍ର ଭିନ୍ନକ୍ଷମ ପୁଅର ଚିକିତ୍ସା ପାଇଁ ବ୍ୟାଙ୍କରୁ ଉଠାଇଥିବା କହିଛନ୍ତି। ନିଜ ଟଙ୍କା ଓ ମୋବାଇଲ ଫେରି ପାଇଥିବାରୁ ଫିରିଙ୍ଗିଆ ଥାନାର ଗୃହରକ୍ଷୀ ସତ୍ୟବାନ ସାହୁ ଏବଂ ଏଏସଆଇ ଶ୍ରୀକାନ୍ତ ପାତ୍ରଙ୍କ ସମେତ ଟଙ୍କା ଓ ମୋବାଇଲ ପାଇଥିବା ଗେରୁପଡା ଗାଁର ସନମତ ସାହୁଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଅନ୍ୟପଟେ ମୋବାଇଲ ଟଙ୍କା ଫେରାଇ ମାନବିକତାର ପରିଚୟ ଦେଇ ଲୋକଙ୍କ ପାଇଁ ଉଦାହରଣ ପାଲଟିଥିବାରୁ ସନମତକୁ ପ୍ରଶଂସା କରିଛନ୍ତି ଅଞ୍ଚଳର ଜନସାଧାରଣ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories