www.samajalive.in
Monday, December 8, 2025
27.1 C
Bhubaneswar

ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ନେଇ ଜିଲା ନାଗରିକ କମିଟି ପକ୍ଷରୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ଫୁଲବାଣୀ: ଫାଇଲେରିଆ ବଟିକା ସେବନର ଶୁଭାରମ୍ଭ ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କନ୍ଧମାଳ ଗସ୍ତରେ ଆସିଥିବାବେଳେ ଜିଲା ନାଗରିକ କମିଟି ପକ୍ଷରୁ ମନ୍ତ୍ରୀଙ୍କୁ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ସମ୍ପର୍କରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏଥିସହ ସମସ୍ୟା ଉପରେ ଆଲୋଚନା କରାଯାଇଛି। କନ୍ଧମାଳ ଜିଲ୍ଲା ଡାକ୍ତରଖାନା ରାଜ୍ୟର ଏକମାତ୍ର ଚିକିତ୍ସାଳୟ ଯେଉଁଠି ଦିନରେ ସକାଳବେଳା ମାତ୍ର ୪ଘଣ୍ଟା ପାଇଁ ଓପିଡି ଖୋଲୁଥିବାବେଳେ ଉପରବେଳା ଓପିଡିରେ ବିଶେଷଜ୍ଞ ଓ ଡାକ୍ତରମାନେ ବସୁ ନଥିବା ଅଭିଯୋଗ ହେଉଛି। ଫଳରେ ଦୂର ଦୂରାନ୍ତରୁ ଆସୁଥିବା ରୋଗୀମାନେ ସେବା ନ ପାଇ ଫେରିଯାଉଥିବା ମନ୍ତ୍ରୀଙ୍କୁ ଅବଗତ କରାଯାଇଛି। ଜିଲାରୁ ୬ଜଣ ଡାକ୍ତର ଗତ ତିନି ବର୍ଷରୁ ଅଧିକ ସମୟ ଧରି ଡେପୁଟେସନରେ ଥିବାରୁ ତାହା ବାତିଲ କରି ଜିଲାକୁ ଫେରାଇ ଆଣିବାକୁ ନାଗରିକ କମିଟିର ଆବାହକ ଅଶୋକ ପରିଡା ମନ୍ତ୍ରୀଙ୍କୁ ଅବଗତ କରିଥିଲେ। ଗୁରୁତର ରୋଗୀଙ୍କ ପାଇଁ ଦୁଇଟି ଆଇସିୟୁ ନିର୍ମାଣ କରିବା ପାଇଁ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ତାଲିମପ୍ରାପ୍ତ ଡାକ୍ତର ଅଭାବରୁ ଗତ ପାଞ୍ଚବର୍ଷରୁ ଅଧିକ ସମୟ ଧରି ସାଧାରଣ ରୋଗୀଙ୍କ ଅଲଟ୍ରାସାଉଣ୍ଡ ହେଉନଥିବା ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମେଡିକାଲ କଲେଜର ଶିକ୍ଷାଦାନ ପର୍ଯ୍ୟନ୍ତ ନିଯୁକ୍ତି ପାଇଥିବା ବିଶେଷଜ୍ଞ ଡାକ୍ତରମାନେ ଜିଲା ମୁଖ୍ୟ ଚିକିତ୍ସାଳୟର ବହିର୍ବିଭାଗ ଚିକିତ୍ସା ଯୋଗାଇ ଦେବାକୁ ସ୍ୱତନ୍ତ୍ର ନିର୍ଦ୍ଦେଶ ଦେବାକୁ ସ୍ମାରକପତ୍ରରେ ଉଲ୍ଲେଖ ରହିଛି। ଜିଲ୍ଲାର ୫୨୦ଜଣ ଡାକ୍ତର ପଦବୀ ମଧ୍ୟରୁ ମାତ୍ର ୧୮୨ଜଣ ଡାକ୍ତର ଥିବାବେଳେ ଜିଲା ମୁଖ୍ୟ ଚିକିତ୍ସାଳୟରେ ୧୪୩ ଜଣ ଡାକ୍ତର ମଧ୍ୟରୁ କାଗଜ କଲମରେ ମାତ୍ର ୪୧ଜଣ ଡାକ୍ତର ଥିବା ସମ୍ପର୍କରେ ଅବଗତ କରାଯାଇଥିଲା। ଜିଲ୍ଲାର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ମଧ୍ୟରେ ଗୁମାଗଡ଼, ବାରିକୁମ୍ପା, ସୁଡ୍ରୁକୁମ୍ପା, ଫିରିଙ୍ଗିଆ, କଟ୍ରିଙ୍ଗିଆ ଇତ୍ୟାଦିରେ ନିଯୁକ୍ତି ପାଇଥିବା ଅଧିକାଂଶ ଡାକ୍ତର ସ୍ଥାନୀୟ ବାସଭବନରେ ରହୁ ନ ଥିବାବେଳେ ରହିବା ପାଇଁ ଥିବା ସ୍ୱତନ୍ତ୍ର ଭତ୍ତା ନେଉଥିବା ମନ୍ତ୍ରୀଙ୍କ ଦୃଷ୍ଟିକୁ ନିଆଯାଇଥିଲା।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories