www.samajalive.in
Saturday, December 6, 2025
26.1 C
Bhubaneswar

ସମାଜସେବୀ ମନୋରମାଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

ଫୁଲବାଣୀ: ‘ସମାଜ’ର ପୂର୍ବତନ କାର୍ଯ୍ୟକାରୀ ସଂପାଦିକା ପ୍ରଫେସର ଡକ୍ଟର ମନୋରମା ମହାପାତ୍ରଙ୍କ ପରଲୋକରେ ଆଜି ଫୁଲବାଣୀ ପ୍ରେସ କ୍ଲବରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା। ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଶୋକ ସଭାରେ ପ୍ରଥମେ ସ୍ଵର୍ଗତ ପ୍ରଫେସର ଡକ୍ଟର ମନୋରମା ମହାପାତ୍ରଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ ମିନଟ ନୀରବ ପ୍ରାର୍ଥନା କରାଯାଇଥିଲା।

- Advertisement -

ପ୍ରଫେସର ଡକ୍ଟର ମନୋରମା ମହାପାତ୍ର ଏକାଧାରରେ ସାମ୍ବାଦିକା, ସଂପାଦିକା, ସାହିତିକା ଓ ସମାଜସେବି ଥିଲେ। କେବଳ ସେତିକି ନୁହେଁ ଶ୍ରୀଜଗନାଥ ସଂସ୍କୃତି ଓ ଚେତନାର ସାବଳୀୟ ଓ ଲାଳିତ୍ୟ ଭାଷ୍ୟକାର ମଧ୍ୟ ଥିଲେ। ସାହିତ୍ୟ ଓ ଗଣମାଧ୍ୟମ ଜଗତ ପାଇଁ ତାଙ୍କର ଅବଦାନ ତଥା ସମାଜସେବା କ୍ଷେତ୍ରରେ କାମ ତାଙ୍କୁ ଚିର ସ୍ମରଣୀୟ ରଖିବ ବୋଲି ସଭାପତି ସୁନୀଲ ପଟ୍ଟନାୟକ କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ଅଶୋକ ପରିଡ଼ା, ଉପ ସଭାପତି ସତ୍ୟନାରାୟଣ ବେହେରା, ସୁନୀଲ ବିଶ୍ୱାଳ, ବରିଷ୍ଠ ସାମ୍ବାଦିକ ସନ୍ତୋଷ ଡିଗଲ, ସମାଜ ପ୍ରତିନିଧି ଅଶୋକ ମହାନ୍ତି, ପ୍ରଶାନ୍ତ ଜେନା, ଆଦିତ୍ୟ ତ୍ରୀପାଠି, ଶିବ ନାୟକ, ବିଭୁତି ଲହରିଆ ପ୍ରମୁଖ ବହୁ ସାମ୍ବାଦିକ ଯୋଗ ଦେଇ ଅମର ଆତ୍ମାର ସଦଗତି କାମନା କରିବା ସହ ସ୍ଵର୍ଗତ ପ୍ରଫେସର ଡକ୍ଟର ମନୋରମା ମହାପାତ୍ର ଓଡ଼ିଆ ସାହିତ୍ୟ, ସେବା, ସାମ୍ବାଦିକତା କ୍ଷେତ୍ରରେ ଯେଉଁ ଛାପ ଛାଡ଼ିଯାଇଛନ୍ତି ତାହା ଅବିସ୍ମରଣୀୟ ବୋଲି କହିଥିଲେ। ପ୍ରେସକ୍ଲବ ସହ ସମ୍ପାଦକ ରମେଶ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେଲ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଜ଼ିଲ୍ଲାର ବିଭିନ୍ନ ଅଂଚଳର ବହୁ ସାମ୍ବାଦିକ ଯୋଗ ଦେଇଥିଲେ।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories