www.samajalive.in
Tuesday, December 9, 2025
23.1 C
Bhubaneswar

ପ୍ରାଣୀ ସମ୍ପଦ ଗଣନା ତାଲିମ୍ ଶିବିର

ଫୁଲବାଣୀ: ସ୍ଥାନୀୟ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ପ୍ରାଣୀ ସମ୍ପଦ ଗଣନା ତାଲିମ୍ ଶୀବର ଅନୁଷ୍ଠିତ ହୋଇଯାଇଛି। ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡା.ସଞ୍ଜୀବ କୁମାର ପଟେଲଙ୍କ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ। ଏଥିରେ ଫୁଲବାଣୀ ଓ ବାଲିଗୁଡ଼ା ଉପଖଣ୍ଡର ପ୍ରାଣୀ ସଂପଦ ଗଣନା କାର୍ଯ୍ୟରେ ନିୟୋଜିତ ସମସ୍ତ ୬୬ ଜଣ ପ୍ରାଣୀଧନ ନିରୀକ୍ଷକ ଓ ତଦାରଖ ଦାୟିତ୍ୱରେ ଥିବା ୧୯ଜଣ ପ୍ରାଣୀ ଚକିତ୍ସକ ତାଲମ୍ ନେଇଥିଲେ।

ଫୁଲବାଣୀ ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀ ଡ଼ା.ପ୍ରଭାତ କୁମାର ମିଶ୍ର ତାଲିମ୍ ପ୍ରଦାନ କରିଥିବା ବେଳେ ଅତିରିକ୍ତ ପ୍ରାଣୀ ଚିକିତ୍ସାଧିକାରୀ ଡ.ଦିଗ୍ ବିଜୟ ଗିରି , ଡ,ଦିଲିପ ରଂଜନ ସୋରେନ୍ , ଡ଼.ପ୍ରଣବ ପଟନାୟକ ଓ ବାଲିଗୁଡ଼ା ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀ ଡ.ଲମ୍ବୋଦର ମହାପାତ୍ର ବିିଭିନ୍ନ ଦିଗ ଉପରେ ତାଲିମ୍ ପ୍ରଦାନ କରିଥିଲେ। ଡ଼.ଅଳକା ପଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଡ଼ିସେମ୍ବର ମାସ ସୁଦ୍ଧା ଗଣନା ସମାପ୍ତ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଗଣନାକୁ ଗରୁତ୍ୱ ଦେଇ ଗଣନକାରୀଙ୍କ ସହଯୋଗ ପାଇଁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି।

- Advertisement -

 

Hot this week

ଚାଉଳ ଯୋଗାଣ ବନ୍ଦ ; ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଟିଟିଲାଗଡ଼ : ଚାଉଳ ଯୋଗାଣ ବନ୍ଦ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା...

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

ଜନଗଣନା ପାଇଁ ଜାନୁଆରୀ ୧୫ ସୁଦ୍ଧା ହେବେ କାର୍ଯ୍ୟକର୍ତ୍ତା ନିଯୁକ୍ତି

ସମାଜ ଲାଇଭ ଡ଼େସ୍କ : ୨୦୨୭ ଜନଗଣନା ପାଇଁ ଆଗାମୀ ଜାନୁଆରୀ...

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

Related Articles

Popular Categories