ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି
ଫୁଲବାଣୀ: ସମଗ୍ର ଜିଲ୍ଲରେ ଜନ୍ମାଷ୍ଟମୀ ଆନନ୍ଦ ଉଲ୍ଲାସ ଏବଂ ଶାନ୍ତି ଶୃଙ୍ଖଳାରେ ଅନୁଷ୍ଠିତ ହୋଇଛି । ଜିଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ର ନଜରରେ ଥିବା କନ୍ଧମାଳ ରେ ଆଜି ବ୍ୟପକ ସୁରକ୍ଷା ବିବ୍ୟସା କରାଯାଇଥିଲା ! ଜିଲ୍ଲାର ଗୁରୁକୁଳ ଚକାପାଦ ଏବଂ କନ୍ୟାଶ୍ରମ ଜଳେଶପଟା ପ୍ରତିଷ୍ଠାତା ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ସପ୍ତଦଶ ବଳିଦାନ ଦିବସରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଚକାପାଦ ଆଶ୍ରମ ପରିସରରେ ଥିବା ସ୍ୱାମୀଜୀଙ୍କ ସମାଧି ପୀଠରେ ଗୁରୁ ପୂଜନ କରାଯାଇଥିଲା। ବ୍ରହ୍ମଲୀନ ସ୍ୱାମୀଜୀଙ୍କ ଉତ୍ତରାଧିକାରୀ ସ୍ୱାମୀ ସଚ୍ଚିଦାନନ୍ଦ ସରସ୍ବତୀଙ୍କ ଅଧ୍ୟକ୍ଷତାରେ ଏକ ଧର୍ମୀୟ ସଭା ଅନୁଷ୍ଠିତ ହୋଇଥିଲା। ସ୍ୱାମୀ କୃଷ୍ଣାନନ୍ଦ ସରସ୍ବତୀ, ଅବସରପ୍ରାପ୍ତ ପଣ୍ଡିତ ଜଗବନ୍ଧୁ ଦାଶ,ପଣ୍ଡିତ ଲକ୍ଷ୍ମୀନାରାୟଣ ନନ୍ଦ ପ୍ରମୁଖ ଉପସ୍ଥିତ ଶ୍ରଦ୍ଧାଳୁଙ୍କ ପ୍ରତି ବକ୍ତବ୍ୟ ରଖିଥିଲେ।
ଗୁରୁକୁଳଶ୍ରମ ମହାବିଦ୍ୟାଳୟ ଗଭର୍ନିଙ୍ଗ ବଡ଼ି ଅଧ୍ୟକ୍ଷ ବିଭୁତି ଭୂଷଣ ପଟ୍ଟନାୟକ,ମହାବିଦ୍ୟାଳୟ ଅଧ୍ୟକ୍ଷ ପଦ୍ମନାଭ ଦିଗାଲ ତଥା ସମସ୍ତ ଅଧ୍ୟାପକଅଧ୍ୟାପିକା ସହଯୋଗ କରିଥିଲେ। ଆଇନ ଶୃଙ୍ଖଳା ପାଇଁ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବଳଭଦ୍ର ଦୀପ, ଡିଏସପି କମଳ କୁମାର ପଣ୍ଡା,ଉପଖଣ୍ଡିୟ ଆରକ୍ଷୀ ଅଧିକାରୀ ବିଜୟ କୁମାର ବିଶି,ଇନ୍ସପେକ୍ଟର ତରୁଣ ତପନ ବେହେରା, ଚକାପାଦ ଥାନାଧିକାରୀ ଲଳିତ ମୋହନ ସାଗର ପ୍ରମୁଖଙ୍କ ସମେତ ଚାରି ପ୍ଲାଟୁନ ଫୋର୍ସ ବିଭିନ୍ନ ସ୍ଥାନରେ ନିୟୋଜିତ ଥିଲେ।
Comments are closed.