ଫୁଲବାଣୀ : କନ୍ଧମାଳ ଜିଲା ଫୁଲବାଣୀ ଠାରୁ ବାଲିଗୁଡା ଯାଇଥିବା ମୁଖ୍ୟ ରାସ୍ତାର ମୁଣ୍ଡା ସାହି ଓ ଲଦା ନିକଟରେ ୨ଟି ପୃଥକ ପୃଥକ ବାଇକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବାବେଳେ ୯ଜଣ ଆହତ ହୋଇଛନ୍ତି। ମଙ୍ଗଳବାର ଅପରାହ୍ନ ସମୟରେ ପ୍ରଥମେ ଫିରିଙ୍ଗିଆ ଥାନା ଅନ୍ତର୍ଗତ ମୁଣ୍ଡା ସାହି ନିକଟରେ ୨ଟି ବାଇକ ମୁହାଁମୁହିଁ ଧକ୍କାହେବା ଫଳରେ ୫ ଜଣ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି । ଖବର ପାଇ ଘଟଣା ସ୍ଥଳରେ ଫିରିଙ୍ଗିଆ ଦମକଳ ବାହିନୀ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସମସ୍ତ ଗୁରୁତର ଆହତଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ସେମାନଙ୍କୁ ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେହିପରି ଅନୁରୂପ ଭାବରେ ଅପରାହ୍ନ ଚାରିଟା ସମୟରେ ଫିରିଙ୍ଗିଆ ଥାନା ରତଙ୍ଗ ପଞ୍ଚାୟତର ଲଦା ଗାଁ ନିକଟରେ ୨ ଟି ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ୪ ଜଣ ବାଇକ ଆରୋହୀ ଗୁରୁତର ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଏହି ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।
ଦୁର୍ଘଟଣାର ଖବର ପାଇ ଫିରିଙ୍ଗିଆ ଅଞ୍ଚଳର ଯୁବ ସମାଜସେବି ସଞ୍ଜୟ କୁମାର ଦିଗାଲ ଓ ଅଜିତ କୁମାର ସାହୁ ପହଞ୍ଚି ସ୍ଥାନୀୟ ଦମକଳ ବାହିନୀ ଓ ସ୍ଥାନୀୟ ଲୋକଙ୍କ ସହାୟତାର ପ୍ରଥମେ ଫିରିଙ୍ଗିଆ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ।ଡାକ୍ତର ଖାନରେ ୪ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ମଧ୍ୟ୍ୟ ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଫିରିଙ୍ଗିଆ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଯୁବକ ଜଣକ ଫିରିଙ୍ଗିଆ ଥାନା ରତଙ୍ଗ ଗାଁର ସୌଭାଗ୍ୟ ବେହେରା ବୋଲି ଜଣାପଡିଥିବା ବେଳେ ଗୁରୁତର ଆହତ ମାନଙ୍କ ମଧ୍ୟ୍ୟରେ ପଳାବୃଡି ପଞ୍ଚାୟତ କାଲଡି ଗାଁର ସଞ୍ଜିତ ଦିଗାଲ, ସହଦେଵ ଦିଗାଲ, ପବିଙ୍ଗିଆ ପଞ୍ଚାୟତ ମଗମୁଣ୍ଡା ଗାଁର ସୁଷମା କହଁର, ଡ଼ବେରୀ ଗାଁର ଦିବାକର କହଁର, ମଗମୁଣ୍ଡା ଗାଁର ଗାୟତ୍ରୀ କହଁର ବୋଲି ଜଣାପଡିଛି । ସେହିପରି ଲଦା ଠାରେ ହୋଇଥିବା ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ବାଇକ ଆରୋହୀ ମାନଙ୍କ ମାଧ୍ୟ୍ୟରେ ରତଙ୍ଗ ଗାଁର ଶ୍ରୀଧର ପ୍ରଧାନ, ଜଗଦୀଶ ବେହେରା, ମୁକେଶ ମଲ୍ଲିକ, ରଞ୍ଜନ ପ୍ରଧାନ ବୋଲି ଜଣାପଡିଛି। ଅନ୍ୟପଟେ ଘଟଣାର ଖବର ପାଇ ଫିରିଙ୍ଗିଆ ଥାନା ପୁଲିସ ମେଡିକାଲରେ ପହଞ୍ଚି ମୃତ ଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠେଇ ଦେଇ ଅଧିକ ତଦନ୍ତ ଜାରିରଖିଥିବା ଫିରିଙ୍ଗିଆ ଥାନା ଅଧିକାରୀ ଗୋପୀନାଥ ପ୍ରଧାନ ସୂଚନା ଦେଇଛନ୍ତି।
Comments are closed.