www.samajalive.in
Sunday, December 14, 2025
23.1 C
Bhubaneswar

ପରିବେଶ ସୁରକ୍ଷା ପାଇଁ ବନମହୋତ୍ସବ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ଦୁତୀମେଣ୍ଡି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବନମହୋତ୍ସବ ପାଳିତ ହୋଇଯାଇଛି । ପୃଥିବୀ ପୃଷ୍ଠରେ ଗଛ ଗୁଡିକ କମି କମି ଯାଉ ଥିବାବାବେଳେ ଏହାର ପ୍ରଭାବରେ ଧିରେ ଧିରେ ଅମ୍ଳଜାନ ହ୍ରାସ ପାଉଛି । ତଦ୍ ସହିତ ଉତ୍ତାପ ବଢିବା ସାଙ୍ଗକୁ ବର୍ଷାର ଅଭାବ ଦେଖା ଦେଉଛି । ଏହାକୁ ଦୃଷ୍ଟିରେ ରଖି ପରିବେଶ ସୁରକ୍ଷା ପାଇଁ ବନମହୋତ୍ସବ ମାଧ୍ୟମରେ ବିଦ୍ୟାଳୟ ପରିସରରେ ଆମ୍ବ, ନିମ୍ବ ଓ ସଜନା ସମେତ ବିଭିନ୍ନ ଚାରା ରୋପଣ କରାଯାଇଥିଲା ।
ଏଥିରେ ମୁଖ୍ୟ ଅତିଥି ଭାବେ ଖଜୁରୀପଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ବିନୋଦ ବିହାରୀ ଦିଗାଲ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ରୂପେ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଆରତୀ ଦେବୀ ଓ ନାରସୁ କହଁର, ଦୁତୀମେଣ୍ଡି ରାଜସ୍ୱ ନୀରିକ୍ଷକ ମାନସ ରଞ୍ଜନ ସାହୁ, ପିରାମଲ୍ ଫାଉଣ୍ଡେସନର ସଦସ୍ୟ ନିରୁପମା ତାଣ୍ଡି, ସିଆରସିସି ଦୁତୀ ମେଣ୍ଡି ରଘୁନାଥ କହଁର ଯୋଗ ଦେଇ ଥିଲେ । ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଇନ୍ଦୁମତୀ ପଟ୍ଟନାୟକ, ଏସଏମସି ସଭାପତି ଯଶୋଦା ପ୍ରଧାନ, ୱ।ର୍ଡ ମେମ୍ବର ଦେବରାଜ ମୁଖି ସମେତ ସମସ୍ତ ଛାତ୍ରଛାତ୍ରୀ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ଥିଲେ ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories