ଫୁଲବାଣୀ: କନ୍ଧମାଳ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ନିକଟରେ ଫୁଲବାଣୀ ଆଦର୍ଶ ଥାନାର ଜଣେ ଏସଆଇଙ୍କ ଠାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏସ୍ଆଇ କରୋନା ଆକ୍ରାନ୍ତ ହେବା ପରେ ଫୁଲବାଣୀ ଆଦର୍ଶ ଥାନାକୁ ସିଲ୍ କରି ଦିଆଯାଇଛି। ଫଳରେ ଥାନା ବାହାର ପରିସରରେ ଥିବା ଏକ ଗଛମୁଳେ ଏବେ ଥାନା କାମ ଚାଲିଛି। ପୁଲିସ କର୍ମଚାରୀ ସେଠାରେ ବସି ଲୋକଙ୍କର ଅଭିଯୋଗ ଶୁଣୁଛନ୍ତି। ତେବେ ବର୍ଷା ଦିନ ହୋଇଥିବାରୁ କର୍ମଚାରୀମାନେ ହଇରାଣ ହେଉଛନ୍ତି। ଏସ୍ପି ଏହା ଜାଣିବା ପରେ ସେଠାରେ ଏକ ତମ୍ବୁଟାଣିବା କାମ କରିବା ପାଇଁ କର୍ମଚାରୀଙ୍କୁ ପରାମର୍ଶ ଦେଇଥିବା ଜଣାପଡିଛି।
Popular Categories



