www.samajalive.in
Friday, December 12, 2025
17.1 C
Bhubaneswar

ସଡକ ସୁରକ୍ଷା ସପ୍ତାହ: ସଚେତନତା ପାଇଁ ଲୋକନୃତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ

ଫୁଲବାଣୀ:ଅଦ୍ୟାବଧି ଆମ ଦେଶରେ ୨୦୨୨ ମସିହାରେ ୧,୬୮,୪୯୧ ଲୋକଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ବେଳେ ଆମ ରାଜ୍ୟରେ ୫୪୬୭ ଲୋକଙ୍କର ମଧ୍ୟ ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା । ଏହି ଦୁର୍ଘଟଣାର ପରିମାଣ ବା ସଂଖ୍ୟାକୁ କମାଇବା ପାଇଁ ଓଡିଶା ସରକାରଙ୍କ ପରିବହନ ବିଭାଗର ନିର୍ଦ୍ଦେଶ କ୍ରମେ ସାରା ରାଜ୍ୟରେ ଜାନୁଆରୀ ୦୧ ତାରିଖରୁ ୦୭ ତାରିଖ ପର୍ଯ୍ୟନ୍ତ ସଡକ ସୁରକ୍ଷା ସପ୍ତାହ ପାଳନ ହେଉଛି।

ସେହିପାରି କନ୍ଧମାଳ ଜିଲାରେ ମଧ୍ୟ ବିଭିନ୍ନ ସ୍ଥାନରେ ଲୋକନୃତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆଂଚଳିକ ପରିବହନ ପ୍ରାଧିକରଣ କନ୍ଧମାଳ ଙ୍କ ସହାୟତା ରେ ସ୍ୱେଚ୍ଛାସେବି ଅନୁଷ୍ଠାନ ସ୍ୱାତୀ ମାଧ୍ୟମରେ ଗୋଚ୍ଛାପଡ଼ା ଠାରେ ଶୁଭାରମ୍ଭ ହୋଇଛି। ଆଂଚଳିକ ପରିବହନ ଅଧିକାରି ଶିଶିର କୁମାର ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ବାଲୁଙ୍କେଶ୍ୱର ଦଣ୍ଡବୀଣାକାର କମିଟି କାଶିନିପଦର ର ବିଣାକାର କାଶ୍ୟପ ଖମାରି ଙ୍କ ଦ୍ୱାରା ଗୋଚ୍ଛାପଡା ବଜାରରେ ଲୋକ ନୃତ୍ୟ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ସଚେତନତା କରାଯାଇଛି। ଏବର୍ଷର ବାର୍ତ୍ତା ସଡକ ସୁରକ୍ଷା ପରିବାର ରକ୍ଷା ସଂପର୍କରେ ମଧ୍ୟ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା ।

- Advertisement -

ଏହିପରି ଭାବେ ଜିଲ୍ଲାର ଗୋଚ୍ଛାପଡା, ଫୁଲବାଣୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ , ଫିରିଙ୍ଗିଆ ବଜାର ଓ ବନ୍ଧଗଡ ଠାରେ ଅନୁଷ୍ଠିତ ହୋଇଥିବା ବେଳେ ଆଗାମି ଦିନରେ ବାଲିଗୁଡା, ତୁମୁଡିବନ୍ଧ, ଦାରିଙ୍ଗବାଡି, ଜି. ଉଦୟଗିରି, ଚକାପାଦ ଓ ଟିକାବାଲି ବ୍ଲକ୍ ର ୧୪ ଗୋଟି ସ୍ଥାନରେ ସଚେତନତା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ ହେବ ବୋଲି ଅନୁଷ୍ଠାନ ତରଫରୁ କାର୍ଯ୍ୟକ୍ରମ ପରିଚାଳକ ବିଶ୍ୱରଞନ କର ସୂଚନା ଦେଇଥିଲେ। ନୃତ୍ୟଦଳରେ ମହୁରିଆ କିସ୍ତରା ଦିଗାଲ ଓ ଢୋଲିଆ କିରାନ୍ ଦିଗାଲ ସହଯୋଗ କରିଥିବା ବେଳେ ମାନସ ପ୍ରଧାନ ଓ ପ୍ରଦୀପ କହଁର ପରିଚାଳନାରେ ସହଯୋଗ କରିଥିଲେ।

Hot this week

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

Related Articles

Popular Categories