www.samajalive.in
Saturday, December 13, 2025
17.1 C
Bhubaneswar

ଟ୍ରାକ୍ଟର ଦୁର୍ଘଟଣାରେ ଚାଳକ  ମୃତ୍ୟୁ 

ଫୁଲବାଣୀ : କନ୍ଧମାଳ ଜିଲା   ଫିରିଙ୍ଗିଆ ବ୍ଲକ ରତଙ୍ଗ ପଞ୍ଚାୟତ  କାଣିପେନୁ ଘାଇ ନିକଟରେ ଟ୍ରାକ୍ଟର ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ଟ୍ରାକଟର ଚାଳକର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ ଟ୍ରାକଟର ଚାଳକ ରତଙ୍ଗ ପଞ୍ଚାୟତ ଡ଼ଙ୍ଗରପଡା ଗାଁର ସିଦ୍ଧାନ୍ତ ମଲିକ ବୋଲି ଜଣାପଡିଛି। ସୂଚନା ଅନୁସାରେ ସୋମବାର ଦିନ ପ୍ରାୟ ବାରଟା ସମୟରେ ସିଦ୍ଧାନ୍ତ ଏକ ଟ୍ରାକ୍ଟରରେ କୌଣସି କାମରେ କାଣିପେନୁ ଘାଇ ନିକଟକୁ ଯାଇଥିଲେ। କାଣିପେନୁ ଘାଇ ନିକଟରେ ଟ୍ରାକ୍ଟର ଟିକୁ ବୁଲାଇବା ସମୟରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଫଳରେ ଟ୍ରାକ୍ଟର ଡ୍ରାଇଭର ଜଣକ ଟ୍ରାକ୍ଟର ତଳେ ଚାପି ହୋଇ ରହିଜାଇଥିଲେ। ପାଖରେ ଥିବା ଶ୍ରମିକ ମାନେ ଓ କିଛି ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚି ଡ୍ରାଇଭର ଜଣକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଫିରିଙ୍ଗିଆ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ସ୍ଥାନାନ୍ତର କରାଯାଇଥିଲା।
ଫୁଲବାଣୀ ମେଡ଼ିକାଲରେ ଚିକିତ୍ସିତ ଅବସ୍ଥାରେ ଟ୍ରାକ୍ଟର ଡ୍ରାଇଭର ସିଦ୍ଧାନ୍ତ ମଲିକଙ୍କ ମୃତ୍ୟୁ ହୋଇଥିଲା । ଟ୍ରାକ୍ଟର ଡ୍ରାଇଭର ସିଦ୍ଧାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ପିତା ଫିରିଙ୍ଗିଆ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ  ପରେ ଫିରିଙ୍ଗିଆ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ନିର୍ଦେଶ କ୍ରମେ ଥାନାରେ ୨/୨0୨୪ ରେ ଏକ ଦୁର୍ଘଟଣା ଜନିତ ମୃତ୍ୟୁ ମାମଲା ରୁଜୁ କରିବା ସହ ଥାନାର ଏ ଏସ ଆଇ ତପନ କୁମାର ଦାସ ଫୁଲବାଣୀ ମେଡିକାଲ ରେ ପହଞ୍ଚି ଶବର ପାଞ୍ଚନାମା ପରେ ବ୍ୟବଚ୍ଛେଦ କରାଇ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି। ତେବେ ଘଟଣା ପରେ ରତଙ୍ଗ ତଥା ଡ଼ଙ୍ଗରପଡା ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ରତଙ୍ଗ ସରପଞ୍ଚ ପାର୍ବତୀ ମଳିକ ଓ ପୂର୍ବତନ ସରପଞ୍ଚ ତଥା ଫିରିଙ୍ଗିଆ ବ୍ଲକ ବିଜେଡି ସଭାପତି ରଜନୀକାନ୍ତ ମଲିକ ଶୋକାକୁଳ ପରିବାର ପାଖରେ ପହଞ୍ଚି ସମବେଦନା ଜଣେଇଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories