www.samajalive.in
Saturday, December 6, 2025
26.1 C
Bhubaneswar

ଅପହଞ୍ଚ ଇଲାକାର ଅସରନ୍ତି କଥା: ସାପ କାମୁଡ଼ାରେ ୪ଘଣ୍ଟା ମୃତ୍ୟୁ ସହିତ ସଂଘର୍ଷ, ମେଡ଼ିକାଲ୍‌ ପହଞ୍ଚିଲା ପରେ ଯୁବକଙ୍କ ଜୀବନଗଲା

ଖଜୁରିପଡା: କନ୍ଧମାଳ ଜିଲାର ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟ ସେବା କିଭଳି ଅପହଞ୍ଚ ହୋଇଛି ତାହାର ଏକ ନଗ୍ନ ନମୂନା ନିକଟରେ ଦେଖିବାକୁ ମିଳିଛି। ଜଣେ ଯୁବକଙ୍କୁ ସାପକାମୁଡ଼ିବା ପରେ ଦୁର୍ଗମ ଅଞ୍ଚଳ ହୋଇଥିବାରୁ ତାଙ୍କୁ ଚିକିତ୍ସା ପାଇଁ ମେଡ଼ିକାଲ୍‌କୁ ଅଣାଯାଇ ପାରିଲା ନାହିଁ। ସାପ କାମୁଡିବାର ୪ ଘଣ୍ଟାକାଳ ଜୀବନ ମୃତ୍ୟୁ ସହିତ ସଂଘର୍ଷ କରିବା ପରେ ତାଙ୍କୁ ମେଡ଼ିକାଲ୍‌ଙ୍କୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ଗମ ଅଞ୍ଚଳରେ ଚିକିତ୍ସା ସେବା ଉପଲବ୍ଧ ଥିଲେ ହୁଏତ ସାପକାମୁଡ଼ିବା ପରେ ଚିକିତ୍ସା ସେବା ପାଇଁ ତାଙ୍କର ଜୀବନ ବଞ୍ଚି ଯାଇଥାନ୍ତା ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ବ୍ଳକ ଅନ୍ତର୍ଗତ ଦୂତିମେଣ୍ଡି ପଞ୍ଚାୟତ ନେଡ଼ିସାହି ଅଞ୍ଚଳରେ ଜଣେ ବ୍ୟକ୍ତି ଆଜି ସର୍ଫାଘାତରେ ମୃତ୍ୟୁ ଘଟିଛି। ଏହି ଘଟଣାରେ ସଂପୃକ୍ତ ଅଞ୍ଚଳରେ ଶୋକରଛାୟା ଖେଳି ଯାଇଛି।

ମିଳିଥିବା ଖବର ଅନୁଯାୟୀ ସବୁଦିନ ପରି ଶନିବାର ରାତିରେ ମଧ୍ୟ ନେଡ଼ିସାହିର ନବେନ୍ଦ୍ର ମଲିକଙ୍କ ପୁଅ ଅଞ୍ଜନ ମଲିକ(୪୩) ଖାଇବା ପରେ ଶୋଇଥିଲେ। ରାତି ପ୍ରାୟ ୨ଟା ସମୟରେ ଏକ ବିଷାକ୍ତ ସାପ ତାଙ୍କ ଗୋଡ଼କୁ କାମୁଡ଼ିଦେଇଥିଲା। ଏହା ଜାଣିବା ପରେ ଅଞ୍ଜନ ଖୁବ୍‌ ଜୋର୍‌ରେ ପାଟି କରିଥିଲେ। ପରିବାର ଲୋକେ ଉଠିଦେଖିବା ବେଳେ ଏକ ସାପ ଯାଉଥିଲା। ତେବେ ଉକ୍ତ ଅଞ୍ଚଳଟି ଦୁର୍ଗମ ଅଞ୍ଚଳ ହୋଇଥିବାରୁ ପରିବାର ଲୋକେ ରାତିରେ କାହା ସହିତ ଯୋଗାଯୋଗ କରିପାରିନଥିଲେ। ଏପରିକି ଗୁରୁତ୍ୱର ଅବସ୍ଥାରେ ଅଞ୍ଜନକୁ ଡ଼ାକ୍ତରଖାନା ନେବା ମଧ୍ୟ ତାଙ୍କ ପକ୍ଷେ ସମ୍ଭବ ହୋଇ ନଥିଲା। ତେବେ ରବିବାର ସକାଳୁ କିଛି ବ୍ୟକ୍ତିଙ୍କ ସହଯୋଗରେ ଗୁରୁତର ଅବସ୍ଥାରେ ଅଞ୍ଜନଙ୍କୁ ଏକ ବାଇକ୍ ଦ୍ୱାରା ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ସେଠାରେ ଡ଼ାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଏଥିନେଇ ଫୁଲବାଣୀ ଟାଉନ ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା ଏବଂ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଥିଲା। କୋଭିଡ଼୍ ନିୟମ ପ୍ରକାରେ ଅଞ୍ଜନଙ୍କ ଗାଁ ଶ୍ମସ୍ମାନରେ ଶବ ସତ୍କାର କରାଯାଇଥିବା ଜଣାପଡ଼ିଛି।
କନ୍ଧମାଳରେ ସ୍ବାସ୍ଥ୍ୟ ସେବା ଦୁର୍ଗମ ଅଞ୍ଚଳରେ ପହଞ୍ଚି ପାରୁ ନାହିଁ। ଫଳରେ ଠିକଣା ସମୟରେ ଚିକିତ୍ସା ଅଭାବରୁ ବହୁ ଲୋକଙ୍କ ମୃତ୍ୟୁ ହେଉଥିବା ଜଣାଯାଇଛି।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories