www.samajalive.in
Thursday, December 11, 2025
16.1 C
Bhubaneswar

ଲାଞ୍ଚ ନେବା ଅଭିଯୋଗରେ ଖାଉଟି ଅଦାଲତ ଷ୍ଟେନୋଙ୍କୁ ୩ ବର୍ଷ ଜେଲ୍

ଫୁଲବାଣୀ: ଜଣେ ବିଦ୍ୟୁତ ଉପଭୋକ୍ତାଙ୍କ ମାମଲା ସମାଧାନ କରିବା ପାଇଁ ଲାଞ୍ଚ ନେବା ଅଭିଯୋଗର ବିଚାର କରି ସୋମବାର ଫୁଲବାଣୀ ଭିଜିଲାନ୍ସ ଅଦାଲତ ବୌଦ୍ଧ ଖାଉଟି ଅଦାଲତର ତତ୍କାଳୀନ ଷ୍ଟେନୋଙ୍କୁ ୩ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହ ଅଭିଯୁକ୍ତଙ୍କୁ ୫ ହଜାର ଟଙ୍କା ଜରିମାନା କରିଛନ୍ତି ଅଦାଲତ। ଜରିମାନା ଅନାଦେୟ ଆଉ ୩ ମାସ ଜେଲ ଭୋଗିବାକୁ ପଡିବ ବୋଲି ଅଦାଲତ ରାୟ ଶୁଣାଇଛନ୍ତି। ଅଭିଯୁକ୍ତ ଜଣକ ହେଲେ ବୌଦ୍ଧ ଖାଉଟି ଅଦାଲତର ତତ୍କାଳୀନ ଷ୍ଟେନୋ ମନ୍ମଥ ଗଡନାୟକ।

ସୂଚନା ଅନୁଯାୟୀ, ଗତ ୨୦୧୯ ମସିହାରେ ବୌଦ୍ଧ ଥାନା ଅନ୍ତର୍ଗତ ଗିରସିଙ୍ଗା ଗ୍ରାମର ସତ୍ୟବାନ ପ୍ରଧାନଙ୍କ ବିଦ୍ୟୁତ ବିଲ ମାତ୍ରାଧିକ ଆସିବାରୁ ସେ ଏ ନେଇ ବିଦ୍ୟୁତ ବିଭାଗ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। ତେବେ ବିଦ୍ୟୁତ ବିଭାଗ ଅଧିକାରୀ ତାଙ୍କୁ ଖାଉଟି ଅଦାଲତରେ ଏହି ମାମଲାର ସମାଧାନ କରିବା ପାଇଁ ପରାମର୍ଶ ଦେଇଥିଲେ। ସେହି ଅନୁଯାୟୀ, ସତ୍ୟବାନ ବୌଦ୍ଧ ଜିଲ୍ଲା ଖାଉଟି ଅଦାଲତରେ ଏକ ଅଭିଯୋଗ ଦେଇଥିଲେ। ସେଠାରେ ଷ୍ଟେନୋ ଥିବା ମନ୍ମଥ କୁମାର ଗଡନାୟକ ମାମଲାଟିକୁ ପଞ୍ଜୀକୃତ କରି ୫ ହଜାର ଟଙ୍କା ଲାଞ୍ଚ ଦେଲେ କାମ ହେବ ବୋଲି ସତ୍ୟବାନଙ୍କୁ କହିଥିଲେ। ଅଭିଯୋଗକାରୀ ୩ ହଜାର ଟଙ୍କା ଦେବା ପାଇଁ ରାଜି ହେବା ସହ ଏନେଇ ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ। ୨୦୧୯ ମାର୍ଚ୍ଚ ୧୮ ତାରିଖ ଦିନ ସେ ସମ୍ପୃକ୍ତ ଷ୍ଟେନୋଙ୍କୁ ଲାଞ୍ଚ ଟଙ୍କା ଦେଉଥିବା ସମୟରେ ପୂର୍ବ ପ୍ରସ୍ତୁତି ମୁତାବକ ଭିଜିଲାନ୍ସ ବିଭାଗ ତାଙ୍କୁ ଧରିବା ସହ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ ଏନେଇ ଏକ ମାମଲା ରୁଜୁ କରିଥିଲେ। ଆଜି ଏହି ମାମଲାର ଶୁଣାଣୀ କରି ଫୁଲବାଣୀ ଭିଜିଲାନ୍ସ ଅଦାଲତ ବିଚାରପତି ସମରବିଳାସ ବେହେରା ୧୦ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ଉପରୋକ୍ତ ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ମାମଲାଟିକୁ ସରକାରଙ୍କ ପକ୍ଷରୁ ଫୁଲବାଣୀ ଭିଜିଲାନ୍ସ ଅଦାଲତ ସ୍ବତନ୍ତ୍ର ପିପି ଭି ଭି ରାମଦାସ ପରିଚାଳନା କରୁଥିଲେ।

Hot this week

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories