www.samajalive.in
Thursday, December 11, 2025
15.1 C
Bhubaneswar

ପଖନମୁଣ୍ଡା ବିଦ୍ୟାଳୟ ପାଇବ ପ୍ରକୃତି ମିତ୍ର ପୁରସ୍କାର

କଣ୍ଟାବାଞ୍ଜୀ: ତୁରେକେଲା ବ୍ଳକ ଅନ୍ତର୍ଗତ ମାନ୍ଦଲା କ୍ଳଷ୍ଟରର ପଖନମୁଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଚଳିତ ବର୍ଷ ଓଡ଼ିଶା ସରକାରଙ୍କ ଠାରୁ ପ୍ରକୃତି ମିତ୍ର ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛି। ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡିଶା ସରକାରଙ୍କ ପତ୍ର ଅନୁସାରେ ଜୁନମାସ ୫ତାରିଖ ବିଶ୍ବ ପରିବଶ ଦିବସ ଅବସରରେ ଲୋକସେବା କନଭେନସନ ହଲ ଭୁବନେଶ୍ୱର ଠାରେ ରାଜ୍ୟ ସ୍ତରୀୟ ସମ୍ବର୍ଦ୍ଧନା ଉତ୍ସବରେ ପ୍ରମାଣପତ୍ର ଓ ଚେକ ପ୍ରଦାନ କରାଯିବ।

ପ୍ରକାଶ ଥାଉକି ବିଦ୍ୟଳୟର ପ୍ରଧାନ ଶିକ୍ଷକ ପ୍ରକୃତିବନ୍ଧୁ ବିରଞ୍ଚି ନାରାୟଣ ଦାଶ ବିଦ୍ୟଳୟରେ ବର୍ଷ ତମାମ ବିଭିନ୍ନ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରିବା ସହିତ ଛାତ୍ରଛାତ୍ରୀ ଓ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ ସଭ୍ୟାମାନଙ୍କୁ ନେଇ ବୃକ୍ଷ ରୋପଣ, ବନାଗ୍ନିରୋକିବା,ରକ୍ତ ଦାନ, ନିଶାଦ୍ରବ୍ୟସେବନ ନ କରିବା, ପ୍ଳାଷ୍ଟିକ ବ୍ୟବହାର ନକରିବା, ବାଲ୍ୟବିବାହ ନକରିବା, ଜୈବିକ ସାର ପ୍ରୟୋଗ କରିବା ଉପରେ ଅନେକ କାମ କରିଛନ୍ତି।

- Advertisement -

ଏହା ପୂର୍ବରୁ ଶ୍ରୀ ଦାଶ ମାଝୀପଡା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଥିବା ସମୟରେ ମଧ୍ୟ ତାଙ୍କର ଏତାଦୃଶ କାର୍ଯ୍ୟକୁ ଦେଖି ୨୦୧୯ମସିହାରେ ସରକାରଙ୍କ ଠାରୁ ମାଝୀପଡା ବିଦ୍ୟାଳୟକୁ ପ୍ରକୃତିମିତ୍ର ପ୍ରଦାନ କରାଯାଇଥିଲା। ଚଳିତ ବର୍ଷ ପଖନମୁଣ୍ଡା ବିଦ୍ୟାଳୟ ମନୋନୀତ ହୋଇଥିବାରୁ ବିଦ୍ୟଳୟର ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ପରିଚାଳନା କମିଟିର ସଭ୍ୟ ସଭ୍ୟା, ଅଭିଭାବକ ତଥା ଗ୍ରାମବାସୀ ଓଡିଶା ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories