www.samajalive.in
Thursday, December 11, 2025
14.1 C
Bhubaneswar

ଜଙ୍ଗଲ ସୁରକ୍ଷା ଓ ନିଆ ଦାଉରୁ ରକ୍ଷା ପାଇଁ ଶୋଭାଯାତ୍ରା

ଫୁଲବାଣୀ,ଫିରିଙ୍ଗିଆ:କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ସଭାଗୃହରେ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା ଓ ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କୁ ନେଇ ଫିରିଙ୍ଗିଆ ବଜାରରେ ଶୋଭାଯାତ୍ରା ସହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ମା’ ତାରିଣୀ ସ୍ୱୟଂ ସହାୟିକା ଗୋଷ୍ଠୀ ଶିମୁଳି ସାହି ଆୟୋଜନ କରିଥିବା ବେଳେ ଫିରିଙ୍ଗିଆ ବନାଞ୍ଚଳଅଧିକାରୀ ରବୀନ୍ଦ୍ର କୁମାର ପାତ୍ର କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଫିରିଙ୍ଗିଆ ପଞ୍ଚାୟତ ସମିତି ସଭ୍ୟା ମୌସୁମୀ ପ୍ରଧାନ ମୁଖ୍ୟଅତିଥି ଭାବରେ ଯୋଗଦେଇ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ସଚେତନ ବାର୍ତ୍ତା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଫିରିଙ୍ଗିଆ ବନପାଳ ସରୋଜ କୁମାର ମିଶ୍ର, ବନରକ୍ଷୀ ସୁଜିତ କୁମାର ପ୍ରଧାନ, ବିଭୀଷଣ ବେହେରା, ପାହାଡ଼ ସ୍ବେଛାସେବୀ ଅନୁଷ୍ଠାନର ଟିମ୍ ଲିଡର ମନୋଜ କୁମାର ସାହୁ, ଡିଓ ଅମୂଲ୍ୟ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ବନ୍ଧଗଡ଼ ସେକ୍ସନର ୫ ଟି ସ୍ୱୟଂ ସହାୟିକା ଗୋଷ୍ଠୀର ଶତାଧିକ ମହିଳା ଯୋଗ ଦେଇ ରାଲି ଓ ସଚେତନ ତାଲିମ ଗ୍ରହଣ କରିଥିଲେ।

- Advertisement -

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଏବଂ ବନାଞ୍ଚଳ ଅଧିକାରୀ ରବୀନ୍ଦ୍ର କୁମାର ପାତ୍ର ଉପସ୍ଥିତ ସ୍ୱୟଂ ସହାୟିକା ଗୋଷ୍ଠୀର ମା’ମାନଙ୍କୁ ଜଙ୍ଗଲ ସୁରକ୍ଷା ସହ ବିଭିନ୍ନ ରୋଜଗାରର ମାଧ୍ୟମ କମ୍ପୋଷ୍ଟ୍ ଖତ, ବୃକ୍ଷ ରୋପଣ ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ବିଷୟରେ ସଚେତନ କରିଥିଲେ। ବନାଞ୍ଚଲ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ମାନଙ୍କ ଦ୍ବାରା ସଚେତନତା ଶୋଭାଯାତ୍ରା ବାହାରି ଫିରିଙ୍ଗିଆ ଥାନା, ଇନ୍ଦିରା ଗାନ୍ଧୀ ଛକ ବଜାର ଓ ବ୍ଲକ ଛକ ପରେ ବନାଞ୍ଚଳ ଅଧିକାରୀ ଙ୍କ କାର୍ଯ୍ୟାଳୟକୁ ଫେରିଥିଲେ। ଅନୁରୂପ ଭାବରେ ନୂଆ ପଦର ସେକ୍ସନରେ ବନ ପାଳ ବ୍ରଜ ସୁନ୍ଦର୍ ଦାଶଙ୍କ ଅଧ୍ୟକ୍ଷତାରେ ନୂଆ ପଦର ପଞ୍ଚାୟତ ସଭା ଗୃହରେ ଓ ସାଡ଼ୀଙ୍ଗୀଆ ପଞ୍ଚାୟତ ସଭା ଗୃହ ରେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ମା’ମାନଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories