www.samajalive.in
Friday, December 12, 2025
23.1 C
Bhubaneswar

ବର୍ଷା ପବନରେ ୫ଟି ବିଦ୍ୟାଳୟର ଉଡିଗଲା ଟିଣ ଛପର

ପାଟଣା: ବର୍ଷା ପବନରେ ୫ଟି ବିଦ୍ୟାଳୟର ଉଡିଗଲା ଟିଣ ଛପର। କେନ୍ଦୁଝର ଜିଲା ସାହାରପଡା ବ୍ଲକ ଦାମାହୁଦା ପଞ୍ଚାୟତ ଗୋଜାପଥର ସରକାରୀ ଉଚ୍ଚ ବିଦ୍ୟାଳୟର ଟିଣ ଛପର ବର୍ଷା ପବନରେ ଉଡିଯାଇଛି। ବିଦ୍ୟାଳୟକୁ ୫-ଟି ଯୋଜନାରେ ସାମିଲ କରାଯାଇ ରୂପାନ୍ତରିକରଣ କାର୍ଯ୍ୟ ହୋଇଥିଲା। ଗୁରୁବାର ସଂଧ୍ୟାରେ ପ୍ରବଳ ପବନ ବହିବା କାରଣରୁ ବିଦ୍ୟାଳୟର ୮ ବଖରା ଘରେ ଲାଗିଥିବା ଟିଣ ଛପର ଉପୁଡି ଉଡ଼ି ଯାଇ ନଷ୍ଟ ହୋଇଯାଇଛି।

ବିଦ୍ୟାଳୟ ଛୁଟି ରହିଥିବାରୁ ଏକ ବଡ ଦୁର୍ଘଟଣା ଅଳ୍ପକେ ଟଳି ଯାଇଛି। ଗତ ୧୪‌ ନଭେମ୍ବର ୨୦୨୧ ମସିହାରେ ମୁଖ୍ୟମନ୍ତ୍ରୀ ଏହାକୁ ଆଭାସି କାର୍ଯ୍ୟକ୍ରମ ମାଧ୍ୟମରେ ଉଦଘାଟନ କରିଥିଲେ। ବିଦ୍ୟାଳୟର ଉନ୍ନତି କରଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହୋଇଥିବା ଯୋଗୁଁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟ ପକ୍ଷରେ ଜିଲାରେ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟ ପାଇଁ ଜିଲ୍ଲା ଖଣିଜ ପାଣ୍ଠିରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ପ୍ରଶାସନିକ ଅବହେଳା ଓ ଠିକାଦାରଙ୍କ ଲାଭଖୋର ମନୋବୃତ୍ତି ଯୋଗୁଁ ଜିଲାର ଅନେକ ବିଦ୍ୟାଳୟ ୫-ଟି ଯୋଜନାରେ ଅତ୍ୟନ୍ତ ନିମ୍ନମାନର କାମ ହୋଇଥିବା ଅଭିଯୋଗ ହୋଇଛି।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories