www.samajalive.in
Sunday, December 14, 2025
26.1 C
Bhubaneswar

ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ, ଥାନାରେ ମାମଲା ରୁଜୁ

ଫୁଲବାଣୀ: କନ୍ଧମାଳ ଜିଲା ଫୁଲବାଣୀ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ଚକ୍ରପାଣି ନାହକଙ୍କୁ ଆଜି କୋର୍ଟ ଛକ ନିକଟସ୍ଥ ପୂର୍ତ୍ତ ବିଭାଗ ବଙ୍ଗଳା ନିକଟରେ ଜନୈକ ଠିକାଧାର ମରଣାନ୍ତକ୍ର ଆକ୍ରମଣ କରିଥିବା ନେଇ ଟାଉନଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପ୍ରକାରେ, ପୁଲିସ୍ କେସ ନଂ ୧୪୬ା୨୨ରେ ଏକ ମାମଲା ରୁଜୁକରି ତଦନ୍ତ ଚାଲିଥିବା ଥାନା ଅଧିକାରୀ ସୁଶାନ୍ତ କୁମାର ସେଠୀ ସୂଚନା ଦେଇଛନ୍ତି।
ଖବର ପ୍ରକାରେ ଆଜି ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ଶ୍ରୀ ନାହାକ ଅନ୍ୟଜଣେ କର୍ମଚାରୀଙ୍କ ସହିତ ମିଶି ଏକ ବାଇକରେ ମୁଖ୍ୟ ଚିକିତ୍ସାଳୟ ନିକଟସ୍ଥ ପୂର୍ତ୍ତ ବିଭାକ କାର୍ଯ୍ୟାଳୟକୁ ଯାଉଥିବା ବେଳେ ଅଚାନକ ଭାବେ ଠିକାଦାର ଆକାଶ ମହାନ୍ତି ବାଟରେ ଅଟକାଇଥିଲେ। ସେମାନଙ୍କ ମଧ୍ୟରେ କୌଣସି ବିଷୟକୁ ନେଇ ଯୁକ୍ତିତର୍କ ହେବା ଭିତରେ ଠିକାଦାର ମହାନ୍ତି ଏକ ଧାରୁଆ ଅସ୍ତ୍ରରେ ସହକାରୀ ଯନ୍ତ୍ରୀଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣରେ ଯନ୍ତ୍ରୀ ନାହାକଙ୍କ ପେଟରେ କ୍ଷତ ସୃଷ୍ଟି ହୋଇଥିବା ପୁଲିସ୍ ସୂଚନା ଦେଇଛି। ସେ ବର୍ତ୍ତମାନ ଚିକିତ୍ସାଧିନ ଥିବା ବେଳେ ଏନେଇ ସେ ଥାନାରେ ଏତଲା ଦେଇଥିଲେ। ତାଙ୍କ ଏତଲା କ୍ରମେ ପୁଲିସ୍ ମାମଲା ରୁଜୁକରି ତଦନ୍ତ ଚଳାଇଥିବା ବେଳେ ଆକ୍ରମଣ କାରି ଠିକାଦାର ରିପୋର୍ଟ ଲେଖାହେବା ସୁଦ୍ଧା ପୁଲିସ୍ ହାତରେ ଧରାପଡିନଥିବା ବେଳେ ଟାଉନ୍ ପୁଲିସ୍ ପକ୍ଷରୁ ସ୍ୱତନ୍ତ୍ର ଭାବେ ତିନୋଟି ଟିମ୍ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଖୋଜାଚାଲିଥିବା ସଦର ଏସଡିପିଓ ମହେନ୍ଦ୍ର ନାଥ ମୁର୍ମୁ ସୂଚନା ଦେଇଛନ୍ତି।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories