www.samajalive.in
Saturday, December 6, 2025
26.1 C
Bhubaneswar

ଲଗାଣ ବର୍ଷାରେ ଫୁଲବାଣୀ ସହର ବେହାଲ

ଫୁଲବାଣୀ: ଗତ କିଛି ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ବର୍ଷା ସାରା କନ୍ଧମାଳ ତଥା ଫୁଲବାଣୀ ସହରସ୍ଥିତି ବେହାଲ ହୋଇଛି। ସହରର ବିଭିନ୍ନ ସାହି ଗଳି ତଥା ତଳି ଅଞ୍ଚଳ ବର୍ଷା ଜଳରେ ପୂର୍ଣ୍ଣ ହେଇ ବନ୍ୟାର ରୂପ ଧାରଣ କରିଛି। ପୂର୍ବରୁ ମାଟି ଅତଡା ଖସି ଘର କାନ୍ଥ ଭୁଷୁଡି ପରିବାରର ଦୁଇ ମୃତ ହେବା ଠାରୁ ଗତକାଲି ନାରାୟଣୀ ପାର୍କ ପାଚେରୀ ଭୁଷୁଡି ପଡିଛି। ସହରର ତ୍ରୀଦେବ ନଗର, ସଗଡିଆ ସାହି, ଡାକପାଲା ସାହି, କେନ୍ଦୁପଦରର ଶ୍ରୀକ୍ଷେତ୍ର ସାହି, ପ୍ରକୃତି ବିହାରରେ ଘରେ ପାଣି ପଶି ବହୁତ ଧନ ଜୀବନ ନଷ୍ଟ ହେବା ପରିସ୍ଥିତି ସୃଷ୍ଟି ହେଇଛି। ପିଲା ସାଲୁଙ୍କି ନଦୀ ଫୁଲି ଭୟାନକ ରୂପ ଧାରଣ କରି ଡାକପାଲା ଡାମିଗାଁରୁ ସହରକୁ ଯୋଡୁଥିବା ପୋଲ ଉପରେ ନଈବଢୀ ହେବା ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ପ୍ରକୃତି ବିହାରରେ ଗୋଟେ ଛୋଟ ବନ୍ୟା ହେଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ବର୍ଷା ଜଳରେ ସାରା ସହର ଉବୁଟୁବୁ ହେଇ ସାଧାରଣ ଗରିବ ମାଟିକାନ୍ଥ ତଥା ଚାଳ ଛପର ଘରେ ବସବାସ କରୁଥିବା ଲୋକଙ୍କ ଚିନ୍ତାର କାରଣ ହୋଇଛି। ସହରର ବିଭିନ୍ନ ଅଞ୍ଚଳରେ ଅଘଟଣକୁ ଆଡେଇବା ପାଇଁ ପ୍ରଶାସନ ତତ୍ପର ହେବା ସଙ୍ଗେ ସଙ୍ଗେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ଜରୁରୀ ହୋଇ ପଡ଼ିଛି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories