www.samajalive.in
Tuesday, December 9, 2025
15.1 C
Bhubaneswar

କନ୍ଧମାଳର ପ୍ରଥମ କରୋନା ଯୋଦ୍ଧା ଏଏସଆଇ ମହାଜନ ପ୍ରଧାନଙ୍କ ମୃତ୍ୟୁ, ଜିଲା ପ୍ରଶାସନ ପକ୍ଷରୁ ଦିଆଗଲା ଗାର୍ଡ଼ ଅର୍ଫ ଅନର୍‌

ଫୁଲବାଣୀ: କନ୍ଧମାଳ ଜିଲାରୁ ଆଜି ୫୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଆଜି ମୃତ୍ୟୁ ହୋଇଥିବା ଦୁଇ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଆଗଧାଡ଼ିର କରୋନା ଯୋଦ୍ଧା ପୁଲିସ ଅଧିକାରୀ ରହିଛନ୍ତି। ସେ ହେଉଛନ୍ତ କନ୍ଧମାଳ ଜିଲା ଟିକାବାଲି ଥାନା ଅନ୍ତର୍ଗତ ଲାଇନପଡା ଫାଣ୍ଡି ଦାୟିତ୍ୱରେ ଥିବା ଏଏସଆଇ ମହାଜନ ପ୍ରଧାନ। ଗତ ୨୮ ତାରିଖରେ ମହାଜନ ପ୍ରଧାନଙ୍କର ସ୍ୱାବ୍‍ ପରୀକ୍ଷା ପରେ ସେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ତାଙ୍କର ପୂର୍ବରୁ ଡାଇବେଟସ୍ ଥିଲା। ପ୍ରଥମେ ମହାଜନ ପ୍ରଧାନଙ୍କୁ ଫୁଲବାଣୀ କୋଭିଡ୍‍ ମେଡ଼ିକାଲ୍ ଓ ୫ ତାରିଖରେ ଅଧିକ ଚିକିତ୍ସାପାଇଁ ଭୁବନେଶ୍ୱର କୋଭିଡ୍ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଚିକିତ୍ସିତ ଅବସ୍ଥାରେ ଗତକାଲି ମହାଜନ ପ୍ରଧାନଙ୍କର ମୃତ୍ୟୁ ହୋଇଯାଇଥିଲା।


ଏଏସ୍‍ଆଇ ମହାଜନ ପ୍ରଧାନଙ୍କର ମର ଶରୀର ଆଜି ଫୁଲବାଣୀ ଅଣାଯାଇଥିଲା। ଏଠାରେ ପୁଲିସ୍ ବିଭାଗ ପକ୍ଷରୁ ମାଦିକୁନ୍ଦା ରିଜର୍ଭ ପଡ଼ିଆ ଠାରେ ଗାର୍ଡ ଅଫ ଅନର୍‍ ଦିଆଯାଇଥିଲା। ଗାର୍ଡ ଅଫ ଅନର୍‍ ବେଳେ ଏସପି ବିନିତ୍ ଅଗ୍ରୱାଲ ଓ ଜିଲ୍ଲାପାଳ ଡା. ବୃନ୍ଦା ଡି ଙ୍କ ସମେତ ଅନ୍ୟ ପୁଲିସ୍ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ସ୍ୱର୍ଗତ ପ୍ରଧାନଙ୍କ କାର୍ଯ୍ୟାକାଳ ସଂପର୍କରେ ଓ ସେ ରାଜ୍ୟର କେଉଁ କେଉଁ ଥାନା ମାନଙ୍କରେ କାର୍ଯ୍ୟକରିଛନ୍ତି ସେ ସଂପର୍କରେ ରିଜର୍ଭ ଇନିସପେକ୍ଟର ଧର୍ମେନ୍ଦ୍ର୍ର ପ୍ରଧାନ ସୂଚନା ଦେଇଥିଲେ। ଆଜି ଗାର୍ଡ଼ ଅଫନ୍ ଅନର ପ୍ରଦାନ ବେଳେ ପରିବାର ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ ଓ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ସାର୍ତ୍ତାଗୁଡ଼ା ଠାରେ ଅନ୍ତିମ ସଂସ୍କାର କରାଯାଇଥିଲା।

- Advertisement -


କରୋନା ଯୋଦ୍ଧା ମହାଜନ ପ୍ରଧାନଙ୍କ ମୃତ୍ୟୁକୁ ନେଇ ସମଗ୍ର ଜିଲାରେ ଶୋକରଛାୟା ଖେଳି ଯାଇଛି। ଗତ ସେପ୍ଟେମ୍ବର ୫ ତାରିଖରେ ସେ ଲାଇନପଡ଼ା ଫାଣ୍ଡି ଅଧିକାରୀ ଭାବେ ଦାୟିତ୍ୱ ନେଇଥିଲେ। କୋଭିଡ଼୍-୧୯ ଆରମ୍ଭରେ ଲକ୍ଡ଼ାଉନ୍ ଓ ସଟ୍ ଡ଼ାଉନ୍ ସହିତ ବିଭିନ୍ନ ସମୟରେ ସେ ଗ୍ରାମାଞ୍ଚଳ ଲୋକମାନଙ୍କ ପାଖରେ ପହଞ୍ଚି ସଚେତନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ମହାଜନ ପ୍ରଧାନଙ୍କର ନିଜ ଘର ଜି.ଉଦୟଗିରି ଥାନା ଅନ୍ତର୍ଗତ ଜିମାଙ୍ଗିଆ ଠାରେ। ବର୍ତ୍ତମାନ ତାଙ୍କର ସ୍ତ୍ରୀ ସହିତ ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି।
ସେହିଭଳି ଅନ୍ୟ ମୃତ ବ୍ୟକ୍ତି ଜଣକ ହେଉଛନ୍ତି କଳିଙ୍ଗା ଅଞ୍ଚଳର ଓ ତାଙ୍କର ମଧ୍ୟ ପୂର୍ବରୁ ଡାଇବେଟସ୍ ଥଲା। ସେ ମଧ୍ୟ ଭୁବନେଶ୍ୱର କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାପଡିଛି। ବର୍ତମାନ ସୁଦ୍ଧା ଜିଲ୍ଲାରୁ ମୋଟ ୮୪୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୪୨ ଜଣ ସୁସ୍ଥ ହୋଇ ସାରିଛନ୍ତି। ବାକି ୩୯୩ ଜଣ ଚିକିତ୍ସିତ ହେଉଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories