www.samajalive.in
Friday, December 5, 2025
20.1 C
Bhubaneswar

ମାଆକୁ ହତ୍ୟା କଲା ପୁଅ; ଛୁରା ମାଡରେ ଭଉଣୀ ଓ ଭଣଜାଭାଣିଜୀ ଗୁରୁତର

ଫୁଲବାଣୀ : କନ୍ଧମାଳ ଜିଲା ଫୁଲବାଣୀ ସଦର ଥାନା ଅନ୍ତର୍ଗତ ବେହେରାପଦ ଗାଁରେ ରବିବାର ବିଳମ୍ବିତ ରାତିରେ ଅଭାବନୀୟ ଘଟଣା ଘଟିଛି । ବାଇକ୍ କିଣାକୁ ନେଇ ନିଶାଶକ୍ତ ପୁଅ ମାଆକୁ ଛୁରୀ ଭୁସି ହତ୍ୟା କରିଥିବା ବେଳେ ଛୁରା ମାଡରେ ଭଉଣୀ ଓ ଭଣଜାଭାଣିଜୀ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ ରବିବାର ସନ୍ଧ୍ୟାରେ ବାଇକ୍ କିଣାକୁ ନେଇ ପୁଅ ଭାଗିରଥି ବେହେରାଙ୍କ ସହ ତାଙ୍କ ମାଆ ଉର୍ମିଳାଙ୍କର ବଚସା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ନିଶାଶକ୍ତ ଥିବା ଭାଗିରଥି ମା ଉର୍ମିଳାଙ୍କୁ ଛୁରୀରେ ଆକ୍ରମଣ କରିଥିଲା। ଉର୍ମିଳାଙ୍କୁ ବଞ୍ଚାଇବାକୁ ଯାଇ ତାଙ୍କ ଝିଅ ବୃନ୍ଦାବତୀ ବେହେରା ଓ ନାତି ଶାନ୍ତନୁ ମଧ୍ୟ ଭାଗିରଥିଙ୍କ ଆକ୍ରମଣର ଶିକାର ହୋଇଥିଲେ। ଆକ୍ରମଣ ପରେ ଭାଗିରଥି ସେଠାରୁ ଫେରାର ହୋଇ ଯାଇଥିଲେ। ଖବର ପାଇ ପୁଲିସ୍ ସେଠାରେ ପହଞ୍ଚି ଏକ ଅଟୋ ଯୋଗେ ଗୁରୁତର ୩ ଜଣଙ୍କୁ ଫୁଲବାଣୀ ଜିଲା ମୁଖ୍ୟ ଡାକ୍ତରଖାନା ପଠାଇଥିଲେ। ଡାକ୍ତରଖାନାରେ ମାଆ ଉର୍ମିଳାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଛନ୍ତି। ପୁଲିସ ଅଭିଯୁକ୍ତ ଭାଗୀରଥିକୁ ଅଟକ ରଖିଥିବା ସୂଚନା ମିଳିଛି ।  ଏହା ସହ ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

- Advertisement -

 

 

 

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories