www.samajalive.in
Saturday, December 13, 2025
14.1 C
Bhubaneswar

ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦ୍‍ଯାପିତ

ଫୁଲବାଣୀ: ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବିଦ୍ୟାଭାରତୀ ତଥା ଶିକ୍ଷା ବିକାଶ ସମିତି ଆନୁକୂଲ୍ୟରେ କନ୍ଧମାଳ ଜିଲାର ବାଲିଗୁଡ଼ା ଓ ଫୁଲବାଣୀ ସଂକୁଳର ସମସ୍ତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଆଚାର୍ଯ୍ୟ ଓ ଆଚାର୍ଯ୍ୟାଙ୍କୁ ନେଇ ପରିଚାଳିତ ସଂକୁଳ କର୍ମଶାଳର ଉଦ୍‍ଯାପିତ ହୋଇଯାଇଛି। ଉଦଯାପନି ଉତ୍ସବରେ ଫୁଲବାଣୀ ସରସ୍ୱତୀ ବିଦ୍ୟାମନ୍ଦିରର ସଭାପତି ହରିଶ୍ଚନ୍ଦ୍ର ମହାରଣାଙ୍କ ଅଧ୍ୟକ୍ଷତାରେ ଅନୁ୍େ‍ଠିତ ସଭାରେ ପ୍ରଧାନଆଚାର୍ଯ ରାଜେନ୍ଦ୍ର ପାଢ଼ୀ ପରିଚୟ ପ୍ରଦାନ କରିଥିଲେ। ଏଥିରେ ସଂକୁଳ ପ୍ରମୁଖ ପବିତ୍ର କୁମାର ସାହୁ ବିବରଣୀ ପାଠ କରିଥିଲେ। ମୁଖ୍ୟ ଅତିଥିଭାବେ ଫୁଲବାଣୀ ଗୋଷ୍ଠି ଶିକ୍ଷା ଅଧିକାରୀ ରଂଜନ କୁମାର କହଁର ଯୋଗଦେଇ ଶିଶୁ ମନ୍ଦିରର ଶୃଙ୍ଖଳା , ସଂସ୍କାର ଓ ଆଧ୍ୟାତ୍ମ ବିଷୟରେ ଆଲୋକପାତ କରିବା ସହିତ ପ୍ରେରଣାଦାୟୀ ମାର୍ଗଦର୍ଶନ କରାଇତିଲେ।

ଜିଲା ସଂଘ ଚାଳକ ରମେଶ ଚନ୍ଦ୍ର ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇ ଆଚାର୍ଯ୍ୟ ହିଁ ରାଷ୍ଟ୍ର ନିର୍ମାଣ ଉପରେ ଆଲୋକପାତ କରିଥିଲେ। ତୁମୁଡ଼ିବନ୍ଧ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ କୈଳାଶ ଚନ୍ଦ୍ର ଧଳଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବାଲିଗୁଡ଼ା ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନଆଚାର୍ଯ୍ୟ ପୂର୍ଣ୍ଣଚନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଂପାଦକ ବିରଞ୍ଚି ନାରାୟଣ ମିଶ୍ର , ଶୈକ୍ଷିକ ସଭାପତି ବାସୁଦେବ ପ୍ରହରାଜଙ୍କ ଜିଲାର ସମସ୍ତ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଓ ଆଚାର୍ଯ୍ୟାମାନେ ଉପସ୍ଥିତ ଥିଲେ। ଦୀର୍ଘ ୪ ଦିନ ଧରି ଏହି କର୍ମଶାଳାରେ ୧୦୮ ଜଣ ଯୋଗଦେଇଥିଲୋ ଶିଶୁ ବାଟିକାରୁ ଆରମ୍ଭ କରି ୮ମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଆଚାର୍ଯ୍ୟ ଓ ଆଚାର୍ଯ୍ୟାଙ୍କୁ ୪ଟି ଭାଗରେ ବିଭକ୍ତ କରି ଶିକ୍ଷାଦାନ କରାଯାଇଥିଲା। ସର୍ବଶ୍ରୀ ବାସୁଦେବ ବେହେରା, ପବିତ୍ର କୁମାର ସାହୁ, କୈଳାଶ ଚନ୍ଦ୍ର ଧଳ, ମାଧବାନନ୍ଦ ଦାସ, ଦ୍ୟୁତିକୃଷ୍ଣ ପଣ୍ଡା, କୁନୁ ଭୋଇ, ସନ୍ତୋଷ କୁମାର ବିଶୋୟୀ, ରଶ୍ମିତା ପାଣିଗ୍ରାହୀ, ସନ୍ତୋଷ କୁମାର ଆଚାର୍ଯ୍ୟ, ଶରତ ଭୋଇ, ପ୍ରଦୀପ କୁମାର ପଟନାୟକ, କୁଳମଣି ମହାରଣା ପ୍ରମୁଖ ଶିକ୍ଷାଦାନ ଦେଇଥିଲେ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories