www.samajalive.in
Thursday, December 11, 2025
27.1 C
Bhubaneswar

ନିଆରା ପ୍ରୟାସ, ବୃକ୍ଷ ରୋପଣ କରି ଗୋପବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଶିକ୍ଷୟିତ୍ରୀ

ରେଙ୍ଗାଲିକ୍ୟାମ୍ପ: ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୪ ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଜଣେ ଶିକ୍ଷୟିତ୍ରୀ ବୃକ୍ଷ ରୋପଣ କରି ଗୋପନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଥିବା ଦେଖିବାକୁ ମିଳିଛି। ସେ ହେଲେ ଅତାବିରା ବ୍ଲକ ଟୋପ ହାଇସ୍କୁଲର ବିଜ୍ଞାନ ଶିକ୍ଷୟିତ୍ରୀ ଅନୁସୂୟା ଦେବତା। ସେ କହନ୍ତି, ଆଜିର ସମାଜ ଗୋପବନ୍ଧୁଙ୍କ ଆଦର୍ଶ ମାର୍ଗକୁ ଭୂଳିଯାଇଛି। ପ୍ରତି ମୁହୂର୍ତ୍ତରେ ଅନ୍ୟାୟ ଅହିଂସାରେ ମଣିଷ ପରସ୍ପରର ଅନିଷ୍ଟ କରି ଚାଲିଛି। ସମାଜରେ ଅନ୍ୟ ପାଇଁ ବଞ୍ଚିବା ମଣିଷ ଆଜି ମିଳିବା କଷ୍ଟକର ହୋଇପଡିଛି।ତେଣୁ ପୁଣି ଥରେ ସେଇ ମହାନ୍ ଆତ୍ମାଙ୍କ ଆବିର୍ଭାବର ଆବଶ୍ୟକତା ଆଜି ରହିଛି। ମାନବ ସେବାକୁ ନିଜ ଜୀବନରେ ପ୍ରାଥମିକତା ଦେଇ ଜୀବନ ସାରା ସେବାରେ ବ୍ରତୀ ହୋଇ ରହିଥିବା ଦରିଦ୍ରମାନଙ୍କ ବନ୍ଧୁ ଗୋପବନ୍ଧୁଙ୍କ ସ୍ମୃତିରେ ଆଜି ସେ ଏହି ବୃକ୍ଷରୋପଣ କରି ପୁଣି ଥରେ ଲୋକଙ୍କ ମନରେ ଗୋପବନ୍ଧୁଙ୍କ ଜୀବନାଦର୍ଶକୁ ଉଦ୍ଜୀବିତ କରିବାର ପ୍ରୟାସ କରିଛନ୍ତି। ରାସ୍ତା କଡ ତଥା କୁଷ୍ଠାଶ୍ରମରେ ଗଛ ଲଗାଇ ସେଠାରେ ଗୋପବନ୍ଧୁଙ୍କ କିଛି ନୀତିବାଣୀ ଥିବା ପ୍ଲାକାର୍ଡ ରଖି ଦେଇଛନ୍ତି, ଯେପରି ଲୋକଙ୍କ ଦୃଷ୍ଟି ତାଙ୍କ ବାଣୀ ଉପରେ ପଡ଼ିବ ଓ ଲୋକଙ୍କର କିଛି ପରିବର୍ତ୍ତନ ହେବ। ତାଙ୍କର ଏହି କାର୍ଯ୍ୟକୁ ବୁଦ୍ଧିଜୀବି ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି।

Hot this week

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

Related Articles

Popular Categories