www.samajalive.in
Wednesday, December 10, 2025
23.1 C
Bhubaneswar

ଦୁଇ ଦିନିଆ ସାମ୍ବାଦିକତା କର୍ମଶାଳା ଉଦଯାପିତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ମିଡିଆ ଫୋରମ ପକ୍ଷରୁ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନଠାରେ ଆୟୋଜିତ ଦୁଇ ଦିନିଆ ସାମ୍ବାଦିକତା କର୍ମଶାଳା ଶନିବାର ଉଦଯାପିତ ହୋଇଯାଇଛି । ଫୋରମ ସଭାପତି ସୁନୀଲ ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦ୍ବିତୀୟ ଦିବସର କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ସଂପାଦକ ସୂର୍ଯ୍ୟ ନାରାୟଣ ବେହେରା ପ୍ରାରମ୍ଭିକ ଭାଷଣ ଦେବା ସହ ସଂପାଦକୀୟ ବିବରଣୀ ପ୍ରଦାନ କରିଥିଲେ ।

ଆଜିର କର୍ମଶାଳାରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବରିଷ୍ଠ ସାମ୍ବାଦିକ ନୀଳାମ୍ବର ରଥ ଗଣମାଧ୍ୟମର ମୂଲ୍ୟବୋଧ ଓ ସାମ୍ବାଦିକ ମାନଙ୍କ କାର୍ଯ୍ୟଶୈଳୀ ଉପରେ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ। ସାମ୍ପ୍ରତିକ ଡିଜିଟାଲ ମିଡିଆର ଯୁଗରେ ସାମ୍ବାଦିକ ମାନେ ନିଜକୁ ଖାପ ଖୁଆଇ ଚଳିବା ସହିତ ଆର୍ଥିକ ଦିଗ ପ୍ରତି ମଧ୍ୟ ସଚେତନ ହେବାର ଆବଶ୍ୟକତା ରହିଛି ବୋଲି କହିଥିଲେ ମୁଖ୍ୟ ବକ୍ତା । ବରିଷ୍ଠ ଆଇନଜୀବୀ ବିଜୟ କୃଷ୍ଣ ପଟ୍ଟନାୟକ ସାମ୍ବାଦିକତା ପେଷାର ଆଇନଗତ ଦିଗ ଉପରେ ଆଲୋକପାତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପ୍ରେସ କ୍ଲବ ସଭାପତି ସୁନୀଲ ପଟ୍ଟନାୟକ, ଫୋରମ ପ୍ରତିଷ୍ଠାତା ସଦସ୍ୟ ରାଧାମୋହନ ମହାପାତ୍ର, ସନ୍ତୋଷ ଦିଗାଲ, ସତ୍ୟ ନାରାୟଣ ବେହେରା, ସନ୍ତୋଷ ଦାଶ ପ୍ରମୁଖ ବକ୍ତବ୍ୟ ରଖି ଏଭଳି କର୍ମଶାଳାର ପ୍ରାସଙ୍ଗିକତା ସଂପର୍କରେ ମତ ରଖିଥିଲେ ।

- Advertisement -

ଏ ଅବସରରେ ପ୍ରଶାସନିକ ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଖଜୁରୀପଡା ତହସିଲଦାର ସ୍ବପ୍ନିତା ନାୟକ ଓ ବନବାସୀ ସେବା ସମିତିର ସଂପାଦକ ରବୀନ୍ଦ୍ର ନାଥ ପଣ୍ଡାଙ୍କ ସମେତ ବହୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ  ମିଡିଆ ଫୋରମ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମକୁ ବ୍ରଜବିହାରୀ ନନ୍ଦ ସଂଚାଳନ କରିଥିବା ବେଳେ ଅଶୋକ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ସଦସ୍ୟ ସଦାଶିବ ପାତି, ରମେଶ ପ୍ରଧାନ ପ୍ରମୁଖ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ । ଏହି ଦୁଇ ଦିନିଆ କର୍ମଶାଳାରେ କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର ବହୁ ସାମ୍ବାଦିକ ଅଂଶଗ୍ରହଣ କରିଥିଲେ।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories