www.samajalive.in
Saturday, December 13, 2025
21.1 C
Bhubaneswar

ନଦୀରୁ ନିଖୋଜ ମହିଳାଙ୍କର ମୃତଦେହ ଉଦ୍ଧାର

ଫୁଲବାଣୀ: କନ୍ଧମାଳ ଜିଲା ଟିକାବାଲି ଥାନା ଅନ୍ତର୍ଗତ ଶଂକରାକୋଲ ନିକଟ ସାଲୁଙ୍କୀ ନଦୀରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତଦେହଟି ଚକାପାଦ ବ୍ଲକ ଅନ୍ତର୍ଗତ ବେହେରାଗାଁ ପଂଚାୟତର ଆନନ୍ଦନଗରର ଲାଟେ ଦିଗାଲଙ୍କ ୪୩ ବର୍ଷର ଝିଅ ଲିଲିମା ଦିଗାଲଙ୍କର ବୋଲି ଚିହ୍ନଟ କରାଯାଇଛି । ଲିଲିମା ଗତ ୧୬ ତାରିଖରୁ ନିଖୋଜ ଥିଲେ । ଟିକାବାଲି ପୁଲିସ ଶବକୁ ନଦୀରୁ ଉଦ୍ଧାର କରି ଫୁଲବାଣୀ ମୁଖ଼୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ସୂଚନା ପ୍ରକାରେ ଲିଲିମା ସଦର ଥାନା ଅର୍ନ୍ତଗତ ରାଶିମେଣ୍ଡି ପଂଚାୟତର ଲାହାବାଡ଼ି ଗ୍ରାମରେ ବିବାହ କରିଥିଲେ । ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣରୁ ମନୋମାଳିନ୍ୟ ସେ ନିଜ ବାପଘର ରହୁଥିଲେ । ଗତ ୧୬ ତାରିଖରେ ସେ ଟିକାବାଲି ହାଟକୁ ଯାଇ ଆଉ ଘରକୁ ଫେରିଥିଲେ ।

ଲିଲିମାଙ୍କ ଭାଇ ନବ ଦିଗାଲ ଏ ନେଇ ଟିକାବାଲି ଥାନାରେ ଏକ ନିଖୋଜ ରିପୋର୍ଟ ଦେଇଥିଲେ । ଆଜି ଶଙ୍କରାଖୋଲ-କଇଁଝର ରାସ୍ଥାରେ ଜିଗିନାଗାଁ ନିକଟରେ ସାଲୁୁଙ୍କୀ ନଦୀରେ ଏକ ଶବ ଭାସୁଥିବା କିଛି ସ୍ଥାନୀୟ ଲୋକ ଦେଖିବା ପରେ ପୁଲିସକୁ ଖବର ଦେଇଥିଲେ । ଟିକାବାଲି ଥାନା ଅଧିକାରୀ ଅଜୟ କୁମାର ସ୍ୱାଇଁ ଖବର ପାଇ ଘଟଣା ସ୍ଥଳରେ ପହଂଚିବା ସହ ଦମକଳ ବାହିନୀର ସହାୟତାରେ ଶବକୁ ଉଦ୍ଧାର କରି ଫୁଲବାଣୀ ମେଡ଼ିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ଏ ନେଇ ଟିକାବାଲି ଥାନାରେ କେସ ନଂ ୮ା୨୨ରେ ଏକ ପପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ଥାନା ସୂତ୍ରରୁ ପ୍ରକାଶ ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories