www.samajalive.in
Saturday, December 6, 2025
19.1 C
Bhubaneswar

ଭତ୍ତା ମିଳିବାରେ ହେଉଥିଲା ବିଳମ୍ବ, ରାସ୍ତାରୋକ ପରେ ଭତ୍ତା ପ୍ରଦାନ

ଫୁଲବାଣୀ: କନ୍ଧମାଳ ଜିଲା ଖଜୁରିପଡା ବ୍ଲକ ଦୂତିପଡା ପଞ୍ଚାୟତରେ ହିତାଧିକାରୀଙ୍କୁ ସଠିକ୍‌‌ ସମୟରେ ମିଳୁନି ଭତ୍ତା ଟଙ୍କା। ଫଳରେ ଅସନ୍ତୋଷ ପ୍ରକାଶ କରି ବୃଦ୍ଧବୃଦ୍ଧା ମାନେ ରାସ୍ତାରୋକ କରିଥିଲେ। ଭତ୍ତା ମିଳିବାରେ ଅହେତୁକ ବିଳମ୍ବ ପ୍ରତିବାଦରେ ଶୁକ୍ରବାର ଖଜୁରିପଡା ବ୍ଲକ ଦୁତିପଡା ଠାରେ ହିତାଧିକାରୀଙ୍କ ସମେତ ଗ୍ରାମବାସୀ ମାନେ ରାସ୍ତାରୋକ କରିଛନ୍ତି। ବରିଷ୍ଠ ଅଧିକାରୀମାନଙ୍କ ହସ୍ତକ୍ଷେପ ପରେ ଲୋକଙ୍କୁ ଭତ୍ତା ପ୍ରଦାନ କରାଯିବା ସହିତ ରାସ୍ତାରୋକ ହଟିଥିଲା। ସୂଚନା ଅନୁଯାୟୀ, ଅନ୍ୟ ପଞ୍ଚାୟତରେ ଠିକ ସମୟରେ ସମସ୍ତ ଭତ୍ତା ପ୍ରଦାନ କରାଯାଉଥିବା ବେଳେ ଦୁତିପଡା ପଞ୍ଚାୟତରେ ଭତ୍ତା ପ୍ରଦାନରେ ବିଳମ୍ବ ଘଟୁଛି। ଫଳରେ ବୃଦ୍ଧ, ବୃଦ୍ଧା, ବିଧବା, ଦିବ୍ୟାଙ୍ଗମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଥିଲା। ଏନେଇ ପଞ୍ଚାୟତର ହିତାଧିକାରୀମାନଙ୍କୁ ଭତ୍ତା ଦିଆଯିବ କହି ପଞ୍ଚାୟତ କାର୍ଯ୍ୟାଳୟକୁ ଡକା ଯାଇଥିଲା। କିନ୍ତୁ ଦାୟିତ୍ବରେ ଥିବା ନିର୍ବାହୀ ଅଧିକାରୀ ଟଙ୍କା ଆଣିବା ପାଇଁ ବ୍ୟାଙ୍କକୁ ଯାଉଛି କହି ଚାଲି ଯାଇଥିଲେ। ଏଥିରେ ଉତ୍ତେଜିତ ହୋଇ ହିତାଧିକାରୀମାନେ ରାସ୍ତା ଅବରୋଧ କରି ବସି ରହିଥିଲେ। ଦିନ ଦଶଟାରୁ ଗୋଟାଏ ପର୍ଯ୍ୟନ୍ତ ଲୋକେ ଫୁଲବାଣୀ-ଭୁବନେଶ୍ୱର ୫୭ ନଂ ଜାତୀୟ ରାଜପଥ ଉପରେ ବସି ରହିବା ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା।
ଫୁଲବାଣୀ ଉପଜିଲ୍ଲାପାଳ ଚିତ୍ତ ରଞ୍ଜନ ମହନ୍ତ, ଖଜୁରିପଡା ବିଡିଓ ଜର୍ଜ ଡୁଙ୍ଗଡୁଙ୍ଗ, ତହସିଲଦାର ସୌମ୍ୟ ରଞ୍ଜନ ପାତ୍ର, ଅତିରିକ୍ତ ତହସିଲଦାର ବ୍ରହ୍ମାନନ୍ଦ ଥାଟିଙ୍କ ସମେତ ଖଜୁରୀପଡା ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ଦୂତିପଡା ପଞ୍ଚାୟତରେ ଭତ୍ତା ପ୍ରଦାନର କୌଣସି ନିର୍ଦ୍ଦିଷ୍ଟ ତାରିଖ ରହୁ ନଥିବା ଅଭିଯୋଗ କରିଥିଲେ ହିତାଧିକାରୀ। ପଞ୍ଚାୟତ କାର୍ଯ୍ୟାଳୟରେ ଅଧିକାଂଶ ସମୟରେ ତାଲା ପଡି ରହୁଥିବାରୁ ହିତାଧିକାରୀ ବାରମ୍ବାର ନିରାଶ ହୋଇ ଫେରୁଥିବା ଅଭିଯୋଗ ହୋଇଥିଲା। ପରେ ବରିଷ୍ଠ ଅଧିକାରୀ ମାନଙ୍କ ଉପସ୍ଥିତିରେ ଭତ୍ତା ପ୍ରଦାନ କରାଯିବାରୁ ଲୋକେ ରାସ୍ତାରୋକରୁ ହଟିଥିଲେ।

 

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories