www.samajalive.in
Friday, December 12, 2025
17.1 C
Bhubaneswar

ଆଜିଠୁ ସ୍ନାତକୋତ୍ତର ଦ୍ବିତୀୟ ପର୍ଯ୍ୟାୟ ତତ୍କାଳ ନାମଲେଖା ଆବେଦନ

ଭୁବନେଶ୍ବର: ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଦ୍ବାରା ପରିଚାଳିତ ସରକାରୀ ବିଶ୍ବବିଦ୍ୟାଳୟ, ସ୍ବୟଂଶାସିତ ମହାବିଦ୍ୟାଳୟ ଓ ଡିଗ୍ରୀ ମହାବିଦ୍ୟାଳୟର ସ୍ନାତକୋତ୍ତର(ପିଜି) ପାଠ୍ୟକ୍ରମରେ ଖାଲିଥିବା ଆସନ ପାଇଁ ଦ୍ବିତୀୟ ପର୍ଯ୍ୟାୟ ତତ୍କାଳ(ସ୍ପଟ୍‌) ନାମଲେଖା ଅନୁଷ୍ଠିତ ହେବ। ଆଜି ଠାରୁ ତତ୍କାଳ ନାମଲେଖା ପାଇଁ ଛାତ୍ରଛାତ୍ରୀ ଆବେଦନ କରିପାରିବେ।

ବିଭାଗ ଅଧୀନସ୍ଥ ୧୪ଟି ବିଶ୍ବବିଦ୍ୟାଳୟ ସମେତ ୫୯ଟି ମହାବିଦ୍ୟାଳୟରେ ତତ୍କାଳ(ସ୍ପଟ୍‌) ନାମଲେଖା ପାଇଁ ନିୟମାବଳୀ ଜାରି କରାଯାଇଛି। ଆବେଦନ ତାରିଖ ଓ ନିୟମାବଳୀ ସମ୍ବନ୍ଧରେ ସବୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ବିଶ୍ବବିଦ୍ୟାଳୟ ପିଜି କାଉନସିଲ ଅଧ୍ୟକ୍ଷଙ୍କୁ ବିଭାଗ ପକ୍ଷରୁ ଚିଠି ଲେଖି ଅବଗତ କରାଯାଇଛି। ଆସନ୍ତା ୧୫ ତାରିଖରୁ ତତ୍କାଳ ନାମଲେଖା ପାଇଁ ଛାତ୍ରଛାତ୍ରୀ ସାମ୍ସ ଜରିଆରେ ଅନ୍‌ଲାଇନ୍‌(ସଞ୍ଚାର ଜରିଆରେ) ଆବେଦନ କରିପାରିବେ। ୧୯ ତାରିଖ ରାତି ୧୧ଟା୪୫ ପର୍ଯ୍ୟନ୍ତ ବିଦ୍ୟାର୍ଥୀ ସାମ୍ସ ୱେବ୍‌ସାଇଟ୍‌କୁ ଯାଇ ନୂତନ ଭାବେ କମନ ଆପ୍ଲିକେସନ୍‌ ଫର୍ମ(ସିଏଏଫ) ଦାଖଲ କରିପାରିବେ। ୨୨ ତାରିଖରେ ଖାଲିଥିବା ଆସନ ପାଇଁ ମେଧା ତାଲିକା ପ୍ରକାଶ ପାଇବ। ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ୨୨ରୁ୨୪ ତାରିଖ ମଧ୍ୟରେ ଇଣ୍ଟିମେସନ୍‌ ଲେଟର(ଆମନ୍ତ୍ରଣ ପତ୍ର) ସଂଗ୍ରହ କରିବା ସହ ଦେୟ ଦାଖଲ କରିପାରିବେ। ୨୩ରୁ୨୪ ମଧ୍ୟରେ ଆବଶ୍ୟକ କାଗଜପତ୍ର ସଂପୃକ୍ତ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ଯାଞ୍ଚ ହେବା ସହ ନାମଲେଖା ଅନୁଷ୍ଠିତ ହେବ। ୨୪ ତାରିଖ ରାତି ୧୧ଟା ୪୫ ସୁଦ୍ଧା ନାମଲେଖାଇଥିବା ଛାତ୍ରଛାତ୍ରୀଙ୍କ ତାଲିକା ଇ-ସ୍ପେସ୍‌ରେ ଦାଖଲ କରିବେ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ।

- Advertisement -

ଆସନ୍ତା ୨୭ ତାରିଖରେ ବଳକା ଆସନ ପାଇଁ ନୂଆ ଛାତ୍ରଛାତ୍ରୀଙ୍କୁ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଅପେକ୍ଷା ତାଲିକା(ୱେଟିଙ୍ଗ ଲିଷ୍ଟ)ରୁ ମନୋନୟନ କରିପାରିବେ। ୨୮ରୁ୩୦ ମଧ୍ୟରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କର ନାମଲେଖା ଅନୁଷ୍ଠିତ ହେବ। ୩୦ ତାରିଖ ରାତି ୧୧ଟା ୪୫ ସୁଦ୍ଧା ଛାତ୍ରଛାତ୍ରୀଙ୍କ ନାମଲେଖା ତଥ୍ୟ ଦାଖଲ କରିବେ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ। ଅନ୍ୟପକ୍ଷରେ ତତ୍କାଳ ନାମଲେଖା ପାଇଁ ବିଭାଗ ପକ୍ଷରୁ ନିୟମାବଳୀ ଜାରି କରାଯାଇଛି। ପୂର୍ବରୁ ନାମ ଲେଖାଇଥିବା ଓ ଯୋଗ୍ୟ ବିବେଚିତ ହୋଇ ନାମ ଲେଖାଇ ପାରି ନଥିବା ଛାତ୍ରଛାତ୍ରୀ ତତ୍କାଳ ନାମଲେଖା ପାଇଁ ଆବେଦନ ସୁଯୋଗ ମିଳିବ।

Hot this week

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

Related Articles

Popular Categories