www.samajalive.in
Friday, December 12, 2025
19.1 C
Bhubaneswar

ଦୁର୍ଭିକ୍ଷ ଯୋଗୁଁ ଲୋପ ପାଇବ କେନିଆର ଜିରାଫ ବଂଶ

ନାଇରୋବି: ଆଫ୍ରିକୀୟ ରାଷ୍ଟ୍ର କେନିଆର ଦୁର୍ଭିକ୍ଷ ସର୍ବବିଦିତ; ହେଲେ ଏଥିଯୋଗୁଁ ସୁନ୍ଦର ଓ ନିରୀହ ପ୍ରାଣୀ ଜିରାଫଙ୍କ ବଂଶ କ୍ରମଶଃ ଲୋପ ପାଇଯାଉଥିବା ଖବର ଚିନ୍ତା ଉଦ୍ରେକ କରିଛି। ଗତ ସେପ୍ଟେମ୍ବରରୁ କେନିଆର ଉତ୍ତରାଞ୍ଚଳରେ ସ୍ବାଭାବିକତାଠାରୁ ୩୦ ପ୍ରତିଶତ କମ୍‌ ବର୍ଷା ଯୋଗୁଁ ବୃକ୍ଷଲତା ମରିଯାଇଛି ଓ ମାଟି ଶୁଷ୍କ ହୋଇଯାଇଛି। ଏହି ପ୍ରାଣୀ ଖାଦ୍ୟ ଓ ଜଳାଭାବ ଯୋଗୁଁ ମୃତ୍ୟୁମୁଖରେ ପଡ଼ୁଛନ୍ତି। ବିଭିନ୍ନ ସ୍ଥାନରେ ପଡିଥିବା ଜିରାଫଙ୍କ ମୃତଦେହ ହୃଦୟ ବିଦାରକ ହୋଇଛି। ୱାଜିରସ୍ଥିତ ସାବୁଲି ସଂରକ୍ଷିତ ବନ୍ୟପ୍ରାଣୀ ଉଦ୍ୟାନ ଏବେ ମରୁଭୂମି ପରି ଦେଖାଯାଉଥିବାବେଳେ ଗୋଟିଏ ସ୍ଥାନରେ ୬ଟି ଜିରାଫଙ୍କ ମୃତଦେହ ପଡ଼ିଥିବାର ଫଟୋ ଏବେ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ବନ୍ୟପ୍ରାଣୀମାନେ ସଙ୍କଟରେ ପଡ଼ିଥିବା ସ୍ପଷ୍ଟ ହୋଇଛି। ଗୃହପାଳିତ ଜୀବ କିଛିଟା ଖାଦ୍ୟପାନୀୟ ପାଉଛନ୍ତି; କିନ୍ତୁ ବନ୍ୟପ୍ରାଣୀଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଥିବା ବନ୍ୟପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ କହିଛନ୍ତି। ବୋର୍‌-ଆଲ୍‌ଗି ଜିରାଫ ଅଭୟାରଣ୍ୟ ଅଧିକାରୀ ଇବ୍ରାହିମ୍‌ ଅଲି କହିଛନ୍ତି ଯେ ଏଠାରେ ଜିରାଫଙ୍କୁ ଖାଦ୍ୟ ଓ ଜଳ ମିଳୁ ନାହିଁ। ସେମାନଙ୍କ ଆବଶ୍ୟକତା ଅନୁସାରେ ମଧ୍ୟ କର୍ତ୍ତୃପକ୍ଷ ଏହା ଉପଲବ୍ଧ କରାଇପାରୁ ନାହାନ୍ତି। ସମ୍ପୃକ୍ତ ଅଞ୍ଚଳରେ କୃଷିକାର୍ଯ୍ୟ ପ୍ରାୟତଃ ବନ୍ଦ ହୋଇଯାଇଛି।

ନଦୀରେ ପାଣି ନାହିଁ କି ଜଙ୍ଗଲରେ ଗଛ ନାହିଁ। ଆଖପାଖ ଅଞ୍ଚଳରେ ଥିବା ପ୍ରାୟ ୪ହଜାର ଜିରାଫଙ୍କ ଜୀବନ ସଙ୍କଟରେ ପଡ଼ିଛି। ଏପରି ଅବସ୍ଥା ଆଉ କିଛି ମାସ ବଳବତ୍ତର ରହିଲେ ଜିରାଫ ବଂଶ ଲୋପ ପାଇଯିବା ଅସମ୍ଭବ ନୁହେଁ ବୋଲି ଇବ୍ରାହିମ୍‌ କହିଛନ୍ତି। କେବଳ ଜିରାଫ ନୁହନ୍ତି; ଅନ୍ୟ ବନ୍ୟପ୍ରାଣୀ ମଧ୍ୟ ସମାନ ବିପଦରେ ପଡ଼ିଛନ୍ତି। ଦୁର୍ଭିକ୍ଷରୁ ଦେଶର ଜନଜୀବନ ମଧ୍ୟ ମୁକ୍ତ ନାହାନ୍ତି। ପ୍ରାୟ ୨୫ ଲକ୍ଷ ଜନତା ଏବେ ଏଥିରେ ସନ୍ତୁଳି ହେଉଛନ୍ତି। କେନିଆ ରାଷ୍ଟ୍ରପତି ଉହୁରୁ କେନ୍ୟାଟ୍ଟା ସାମ୍ପ୍ରତିକ ମରୁଡ଼ିକୁ ଗତ ସେପ୍ଟେମ୍ବରରେ ଜାତୀୟ ଦୁର୍ବିପାକ ଘୋଷଣା କରିଛନ୍ତି। ସେହି ଅନୁସାରେ ଜାତୀୟ ଦୁର୍ଭିକ୍ଷ ପରିଚାଳନା କର୍ତ୍ତୃପକ୍ଷ ଗତ ସପ୍ତାହରେ ଜରୁରୀକାଳୀନ ସହାୟତା ଯୋଜନା ଘୋଷଣା କରିଛନ୍ତି। ଲୋକଙ୍କ ହାତରେ ପ୍ରତ୍ୟକ୍ଷ ଭାବେ ଅର୍ଥ ପ୍ରଦାନ ସହ ପରିସ୍ଥିତିର ମୁକାବିଲା ପାଇଁ ସରକାର ପଦକ୍ଷେପ ନେଉଛନ୍ତି।

Hot this week

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

Related Articles

Popular Categories