କ୍ରମାଗତ ଭାବେ ଷଷ୍ଠ ଦିନ ମଧ୍ୟ ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇଛି। ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୩୦ ପଇସା ବୃଦ୍ଧି ପାଇଥିବା ବେଳେ ଏବେ ଏହା ୧୦୪.୧୪ ପଇସାରେ ପହଂଚିଛି। ସେହିପରି ଡିଜେଲର ମୂଲ୍ୟ ଲିଟର ପିଛା ୩୫ ପଇସା ବୃଦ୍ଧି ପାଇବା ଫଳରେ ଏବେ ଲିଟର ପ୍ରତି ୯୨.୮୨ ଟଙ୍କାକୁ ବୃଦ୍ଧି ପାଇଛି।
ମୁମ୍ବାଇରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୧୧୦.୧୨ ଟଙ୍କା ଏବଂ ଡିଜେଲ ମୂଲ୍ୟ ଲିଟର ପିଛା ୧୦୦.୬୬ ଟଙ୍କାରେ ପହଂଚିଛି।



