www.samajalive.in
Monday, December 8, 2025
24.1 C
Bhubaneswar

ବିହାର: କାନ୍ଥ ଓ ଗଛ ପଡ଼ି ୧୦ ମୃତ

ପାଟନା : ବିହାରରେ ୩ ଦିନ ଧରି ମୂଷଳ ଧାରାରେ ପ୍ରବଳ ବର୍ଷା ହେଉଥିବାବେଳେ ରବିବାର ଭାଗଲପୁର ଏବଂ ପାଟନାରେ କାନ୍ଥ ଭୁଶୁଡ଼ି ଓ ଗଛ ପଡ଼ି ୧୦ ଜଣଙ୍କ ମୃତ୍ୟୁ ଘଟିଛି। ବିହାରରେ ବର୍ଷା ଓ ବନ୍ୟା ଜନିତ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି।

ସୂଚନା ଅନୁସାରେ ଭାଗଲପୁରରେ ପ୍ରବଳ ବର୍ଷା ପରେ ପୃଥକ ପୃଥକ ୩ଟି ସ୍ଥାନରେ କାନ୍ଥ ଭୁଶୁଡ଼ିବା ଅଘଟଣରେ ୬ ଜଣଙ୍କ ମୃତ୍ୟୁ ଘଟିଛି। ସହରର ହନୁମାନ ଘାଟ, ମାୟାଗଂଜ ଏବଂ ମହାରାଜ ଘାଟରେ କାନ୍ଥ ଭୁଶୁଡ଼ିଥିବା ଜଣାପଡିଛି। ପ୍ରବଳ ବର୍ଷା ପରେ କାନ୍ଥ ଭୁଶୁଡ଼ି ପଡିଥିଲା। କାନ୍ଥ ତଳେ ଚାପି ହୋଇ ଲୋକଙ୍କ ମୃତ୍ୟୁ ଘଟିଛି। ସେହିପରି ପାଟନାର ଖଗୋଲରେ ଏକ ଅଟୋ ଉପରେ ଗଛ ଉପୁଡ଼ି ପଡ଼ିବାରୁ ୪ ଜଣଙ୍କ ମୃତ୍ୟୁ ଘଟିଛି। ବର୍ଷା ଛାଡ଼ିବା ପରେ ଏକ ଯାତ୍ରୀବାହୀ ଅଟୋ ଲୋକଙ୍କୁ ନେଇ ଯାଉଥିବାବେଳେ ଏକ ପୁରୁଣା ଗଛ ଉପୁଡ଼ି ଅଟୋ ଉପରେ ପଡିଥିଲା। ଗଛ ତଳେ ଅଟୋଟି ଚାପି ହୋଇ ଚୁରମାର ହୋଇଯାଇଛି। ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ବିହାରରେ ଗତ ଦୁଇ ଦିନ ଧରି ପ୍ରବଳ ବର୍ଷା ଜାରି ରହିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ବିହାରର ୧୫ଟି ଜିଲାରେ ସତର୍କ ସୂଚନା (ରେର୍ଡ ଆଲର୍ଟ) ଜାରି କରିଛି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories