ଘାଜୀପୁର: ପ୍ରବଳ ବର୍ଷା ଯୋଗୁଁ ଘାଜୀପୁର ଜିଲାରେ ଏକ ପୋଲ ୧୫ ଫୁଟ୍ ତଳକୁ ଧସି ଯାଇଛି। ଉତ୍ତରପ୍ରଦେଶ ଘାଜୀପୁର ଜିଲାର ହଂସରାଜପୁର ଓ ନନ୍ଦଙ୍ଗଜକୁ ସଂଯୋଗକୁ କରୁଥିବା ରାସ୍ତାରେ ଥିବା ୟୁସୁଫପୁର ଚୌରା ବେସୋ ନଦୀ ଉପରେ ନବନିର୍ମିତ ଶ୍ରୀ ଟଣ୍ଡା ବୀର ବାବା ସେତୁ ରବିବାର ଧସି ଯାଇଛି। ଫଳରେ ପ୍ରାୟ ୮ ଫୁଟ୍ ଚଉଡାର ଖାଇ ସୃଷ୍ଟି ହୋଇଛି। ଏହା ଦ୍ବାରା ପ୍ରାୟ ୫୦ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।
ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ଯୋଗୁଁ ମିର୍ଜାପୁର, ଚାନ୍ଦୌଲୀ, ବରାଣସୀ, ଭଦୋହି, ଅଜମଗଡ, ମଉ, ଘାଜୀପୁର, ବାଲିୟା ଆଦି ସ୍ଥାନରେ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି। ଘର ଗୁଡିକ ଭୁଶୁଡି ପଡି୩୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।



