www.samajalive.in
Saturday, December 6, 2025
26.1 C
Bhubaneswar

ବନ୍ଧା ହେଲେ ଆର୍‌ଟିଓ: ଖୁସିରେ ନାଚିଲେ ଡ୍ରାଇଭର୍‌

ବୌଦ୍ଧ: ବୌଦ୍ଧ ଆରଟିଓ ବସନ୍ତ କୁମାର ମହାପାତ୍ର ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି। ଯାହାକୁ ନେଇ ଏବେ ସମଗ୍ର ଜିଲ୍ଲାରେ ଖୁସିର ମାହୋଲ ଦେଖିବାକୁ ମିଳିଛି। ଡ୍ରାଇଭରଙ୍କ ସମେତ ବିଭିନ୍ନ ସଂଗଠନ ପରିବହନ କାର୍ଯ୍ୟାଳୟ ଆଗରେ ବାଜା ବଜାଇ ଖୁସି ମନାଉଥିବା ଦେଖିବାକୁ ମିଳିଛି। ଗତ ଶୁକ୍ରବାର ଦିନ ଭିଜିଲାନ୍ସ ବିଭାଗ ଆରଟିଓ ବସନ୍ତ ମହାପାତ୍ରଙ୍କୁ ଗିରଫ କରିଛି। ତାଙ୍କ ନାଁ ରେ କୋଟି କୋଟି ଟଙ୍କାର ଆୟ ବର୍ହିଭୂତ ସମ୍ପତ୍ତି ଠାବ ହୋଇଛି। ଅନେକ ସଂଗଠନ ଆରଟିଓଙ୍କୁ ବଦଳି କରିବା ନେଇ ବହୁବାର ଜିଲ୍ଲାପାଳଙ୍କ ନିକଟରେ ଦାବି କରି ଆସୁଥିଲେ। କାରଣ ଫାଇନ୍  କାଟିବା ନାଁ ନେଇ ସେ ଗାଡି ଗୁଡିକରୁ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରୁଥିଲେ। ଡ୍ରାିଭରଙ୍କଠାରୁ ଆରମ୍ଭ କରି ମାଲିକ ମାନଙ୍କୁ ମଧ୍ୟ ଶୋଷଣ କରୁଥିଲେ।  ଭିଜିଲାନ୍ସ ଟିମ୍ ବସନ୍ତଙ୍କ ବାସଭବନ ସମେତ ୧୦ଟି ସ୍ଥାନରେ ଏକକାଳୀନ ଭାବେ ଚଢଉ କରଥିଲା। ଶେଷରେ ଭିଜିଲାନ୍ସ ବସନ୍ତଙ୍କୁ ଗିରଫ କରିଛି। ଯାହାକୁ ନେଇ ବୌଦ୍ଧ ଜିଲ୍ଳାରେ ଏଭଳି ନିଆରା ଦୃଶ୍ୟ ଦେଖିବାକୁ ମିଳିଛି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories