www.samajalive.in
Thursday, December 11, 2025
14.1 C
Bhubaneswar

ବାତ୍ୟା ଜୱାଦ ପ୍ରଭାବ ; ଆରଡି ଅଞ୍ଚଳରେ ଲଗାଣ ବର୍ଷା ଜାରି: ବୈତରଣୀ ଓ ସାଳନ୍ଦୀ ନଦୀକୂଳରେ ଅଟକି ରହିଛି ଶହଶହ ଟ୍ରଲର ଓ ମଟରବୋଟ

ଆରଡି: ବାତ୍ୟା ଜୱାଦ ଯେତିକି ସ୍ଥଳଭାଗ ମୁହାଁ ହେଉଛି ସମୁଦ୍ର ଉପକୂଳ ଓ ନଦୀତଟବତ୍ତି ଅଞ୍ଚଳରେ ହାଲକା ପବନ ବହିବା ସହ ତୁହାକୁତୁହା ବର୍ଷା ଳାଗି ରହିଛି। ତାହାସହ ସମୁଦ୍ର ଅଶାନ୍ତ ହୋଇପଡିବା ଫଳରେ ଧାମରା ନିକଟରେ ଉଚ୍ଚ ଜୁଆର ଉଠିବାରୁ ବୈତରଣୀ ଓ ସାଳନ୍ଦୀ ନଦୀ ଉଛୁଳିବାରେ ଲାଗିଛି। ପ୍ରଶାସନ ପକ୍ଷରୁ ବିପଦ ସଂକେତ ଜାରି କରାଯାଇଥିବାରୁ ଜେଟିକୁ ଫେରିଛନ୍ତି ସମସ୍ତ ମତ୍‍ତ୍ସ୍ୟଜୀବି । ତାହାସହ ଶହଶହ ଟ୍ରଲର ଓ ମଟରବୋଟ ଲଙ୍ଗର ପକାଇଛନ୍ତି ନଦୀକୂଳରେ । ବିଶେଷକରି ସମୁଦ୍ର ଉପକୂଳବର୍ତ୍ତି ଆରଡି, ସୁନ୍ଦରପୁର, ନାନ୍ଦପୁର,ଓଳଗ, ତେନ୍ତୁଲିଡିହ, ଭୂଇଁବୃତି ଆଦି ନଦୀକୂଳିଆ ଅଞ୍ଚଳର ଲୋକମାନେ ଆତଙ୍କିତ ହୋଇ ପଡିବା ସହ କ୍ଷେତରେ ଥିବା ଅମଳଧାନକୁ ଘରକୁ ଆଣିବା ପାଇଁ ଦିନରାତି ଏକାକାର କରିଦେଇଛନ୍ତି। ଲଗାଣ ବର୍ଷାରେ ଏବେ କ୍ଷେତରେ ଭିଜୁଛି ପାଚିଲାଧାନ। ଆରଡି ଅଞ୍ଚଳରେ ଶହଶହ ହେକ୍ଟରରୁ ଅମଳ ହେବାକୁ ଥିବା ପାଚିଲା ଧାନ ବାତ୍ୟା ଜୱାଦ ପ୍ରଭାବରେ କ୍ଷତି ଘଟିବ ବୋଲି ଆଶଙ୍କା ଦେଖା ଦେଇଛି। ଅନ୍ୟପଟେ ପ୍ରଶାସନ ପକ୍ଷରୁ ସମସ୍ତ ତଳିଆ ଅଞ୍ଚଳରେ ଘନଘନ ସମୀକ୍ଷା କରାଯିବା ସହ କଚାଘରେ ଓ ନଦୀକୂଳରେ ବସବାସ କରୁଥିବା ଲୋକମାନଙ୍କୁ ଖୁବଶିଘ୍ର ନିକଟସ୍ଥ ବିଦ୍ୟାଳୟ ଗୃହ ଓ ବାତ୍ୟା ଆଶ୍ରୟସ୍ଥଳିକୁ ସ୍ଥାନାନ୍ତର କରିବା ପାଇଁ ସ୍ଥାନୀୟ ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି ଜିଲାପାଳ। ସେହିପରି ଉଦ୍ଧାରକାରୀ ଏନଡିଆରଏଫ ଓ ଓଡ୍ରାଫ ଟିମ ମୁତୟନ କରାଯାଇଛି।

Hot this week

ଆଜିର : ରାଶିଫଳ,ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ

ମେଷ : କୁତ୍ସିତ ସଙ୍ଗ ପରିତ୍ୟାଗ କରି ସତ୍‌ସଙ୍ଗୀ ହେବାକୁ ଉଦ୍ୟମ...

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

Related Articles

Popular Categories