ଚଣ୍ଡିଗଡ଼: ହରିଆଣା ସରକାର ଖୁବ୍ ଶୀଘ୍ର ଚାଷୀଙ୍କ ପାଇଁ ପେନ୍ସନ୍ ଯୋଜନା ଲାଗୁ କରିବାକୁ ଯାଉଥିବା ଜଣାପଡ଼ିଛି। ଅଟଳ ପେନ୍ସନ୍ ଯୋଜନାରେ ହିତାଧିକାରୀଙ୍କୁ ବାର୍ଷିକ ୨୦୦୦ ଟଙ୍କା ମିଳୁଥିବାବେଳେ ସେଥିରେ କେନ୍ଦ୍ର ସରକାରଙ୍କ ଭାଗ ୫୦% ରହିଛି। ତେଣୁ ରାଜ୍ୟ ସରକାର ଏହି ଯୋଜନାରେ ତାଙ୍କ ଭାଗ ବୃଦ୍ଧି କରି କୃଷକଙ୍କ ଲାଗି ନୂଆ ଯୋଜନା ଘୋଷଣା କରିବାକୁ ଚିନ୍ତା କରୁଛନ୍ତି। ତେବେ ନୂଆ ଯୋଜନାର ନାମ କଣ ରହିବ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଆସନ୍ତା ବର୍ଷ ଅକ୍ଟୋବର ମାସରେ ହରିଆଣାର ବିଧାନସଭା ନିର୍ବାଚନ ହେବାକୁ ଯାଉଛି। କ୍ଷମତାକୁ ଆସିଲେ କୃଷକଙ୍କ ଋଣ ଛାଡ଼ କରିବେ ବୋଲି ବିରୋଧୀ କଂଗ୍ରେସ ଓ ଆଇଏନଏଲଡି ପକ୍ଷରୁ ଘୋଷଣା କରାଯାଇଛି। ଏହି ଦୌଡ଼ରେ ହରିଆଣାର ବିଜେପି ସରକାର ଉପରୋକ୍ତ ପଦକ୍ଷେପ ନେଇଥିôବା କୁହାଯାଉଛି।
ତେବେ ଏହି ଯୋଜନା ସମ୍ପୂର୍ଣ୍ଣ ରୂପେ ବୀମାଭୁ୍କ୍ତ କୃଷକଙ୍କ ଅବଦାନ ଉପରେ ନିର୍ଭର କରିବ। ଯେଉଁ କୃଷକମାନେ ନିର୍ଦ୍ଦିଷ୍ଟ ପରିମାଣର ରାଶି ପ୍ରିମିୟମ ଭାବରେ ଜମା କରିବେ ସେମାନଙ୍କୁ ୬୦ ବର୍ଷ ପରେ ମାସିକ ୫ ହଜାର ଟଙ୍କାର ପେନ୍ସନ୍ ଦିଆଯିବ। ପ୍ରିମିୟମ ପାଇଁ ସର୍ବନିମ୍ନ ବୟସ ସୀମା ମଧ୍ୟ ଧାର୍ଯ୍ୟ କରାଯିବ। ଏବେ ସାମାଜିକ ସୁରକ୍ଷା ଯୋଜନରେ ବରିଷ୍ଠ ନାଗରିକଙ୍କୁ ମାସିକ ୨ ହଜାର ଟଙ୍କା ପେନ୍ସନ୍ ଦିଆଯାଉଥିବା ବେଳେ ସେହି ଯୋଜନା ରାଶିକୁ ପ୍ରସ୍ତାବିତ ନୂଆ ଯୋଜନାରେ ସାମିଲ୍ କରାଯାଇପାରେ ବୋଲି ମତ ପ୍ରକାଶ ପାଇଛି।
ହରିଆଣାରେ କୃଷକଙ୍କୁ ମିଳିବ ପେନ୍ସନ୍
Popular Categories



