ଗୁରୁଡିଝାଟିଆ: ଆଠଗଡ ବ୍ଲକ ଅନ୍ତର୍ଗତ ୨ଜୋନ ଜିଲ୍ଲାପରିଷଦର ୧୨ଟି ପଞ୍ଚାୟତର ହିତାଧିକାରୀଙ୍କୁ ମଧୁବାବୁ ପେନସନ ଯୋଜନାର ଭତ୍ତା ବଣ୍ଟନ କରାଯାଇଛି। ଖୁଣ୍ଟୁଣୀଠାରେ ଉପସ୍ଥିତ ସମସ୍ତ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଇଥିଲା। ସ୍ଥାନୀୟ ମନ୍ତ୍ରୀଙ୍କ ପ୍ରତିନିଧି ରଞ୍ଜନ ଆଚାର୍ଯ୍ୟ, ଯୁବନେତା ନୃସିଂହ ଚରଣ ସାହୁ, ଜିଲ୍ଲା ପରିଷଦ ସଦସ୍ୟ କେଶବ ଚନ୍ଦ୍ର ଦଳେଇ, ନୃସିଂହ ମହାପାତ୍ର ପ୍ରମୁଖ ସହିତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଭତ୍ତା ବଣ୍ଟନ କରିଥିଲେ।
Popular Categories



