www.samajalive.in
Wednesday, December 10, 2025
18.1 C
Bhubaneswar

ଘରେ ଏହି ବୃକ୍ଷର ଛାଇ ପଡିବା ହୋଇଥାଏ ଅଶୁଭ

ଘରର ଆଖପାଖରେ ବୃକ୍ଷଲତା ରହିବା କାରଣରୁ ସକାରାତ୍ମକ ଶକ୍ତି ସଞ୍ଚାର ହୋଇଥାଏ। ବାସ୍ତୁ ଓ ଜ୍ୟୋତିଷଙ୍କ ଅନୁସାରେ, ଏହାର ପ୍ରଭାବ ଘରର ସୁଖ ଓ ସମୃଦ୍ଧି ଉପରେ ପଡିଥାଏ। କିଛି ବୃକ୍ଷଲତା ରହିଛି ଯାହା ଦ୍ବାରା ନକରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ। ଏପରି ବୃକ୍ଷ ହେଉଛି ଅଶ୍ବତ୍ଥ ବୃକ୍ଷ। ଏହାକୁ ଘରେ ରଖିବା ଅନୁଚିତ ବୋଲି କୁହାଯାଇଛି। ଏହା ଶୀତଳତା ଓ ଛାୟା ପ୍ରଦାନକାରୀ ବୃକ୍ଷ ଅଟେ। ଏହି ବୃକ୍ଷରେ ସମସ୍ତ ଦେବାଦେବୀ ବାସ କରିଥାଆନ୍ତି। ଏହାକୁ ଘରେ ରଖିବା ଦ୍ବାରା ଅଶୁଭ ଶକ୍ତିର ସଞ୍ଚାର ହୋଇଥାଏ। ଅଶ୍ବତ୍ଥ ବୃକ୍ଷକୁ ସର୍ବଦା ମନ୍ଦିର ପରିସରରେ ରଖିବା ଉଚିତ। ଏହାକୁ ଘରେ ରଖିବା ଦ୍ବାରା ପରିବାରର ସଦସ୍ୟଙ୍କ ଉନ୍ନତି ହୋଇନଥାଏ। ଅନେକ ଅସୁବିଧା ସୃଷ୍ଟି ହୋଇଥାଏ। ଘର ବାହାରେ ଥିବା ଅଶ୍ବତ୍ଥ ବୃକ୍ଷର ଛାୟା ଯଦି ଘର ଉପରେ ପଡୁଥାଏ ତେବେ ପରିବାରର ବଂଶ ବୃଦ୍ଧିରେ ଅନେକ ବାଧା ଉତ୍ପନ୍ନ ହୋଇଥାଏ। ବୈବାହିକ ଜୀବନରେ ବାଧାବିଘ୍ନ ଦେଖା ଦେଇଥାଏ। ଯେଉଁ ଘର ଉପରେ ଅଶ୍ବତ୍ଥ ବୃକ୍ଷର ଛାୟା ପଡୁଥାଏ ସେହି ସ୍ଥାନ ନିର୍ଜୀବ ରୂପେ ପରିଣତ ହୋଇଯାଏ।

ଘରେ ଯଦି ଅଶ୍ବତ୍ଥ ବୃକ୍ଷ ଉଠିଥାଏ ତେବେ ତାହାକୁ କାଟନ୍ତୁ ନାହିଁ। ଏପରି କରିବା ଦ୍ବାର ପିତୃପୁରୁଷଙ୍କୁ କଷ୍ଟ ମିଳିଥାଏ। ଏହାସହ ବଂଶବୃଦ୍ଧିରେ କ୍ଷତି ପହଞ୍ଚିଥାଏ। କୌଣସି ବିଶେଷ ବିଧି ଅନୁଯାୟୀ, ସଠିକ ନିୟମ ଅନୁସାରେ ପୂଜା କିମ୍ବା ଯଜ୍ଞ କରି ପବିତ୍ର କାର୍ଯ୍ୟ କରିବା ଲକ୍ଷ୍ୟରେ ଅଶ୍ବତ୍ଥ ବୃକ୍ଷ କାଟିବା ଦ୍ବାରା ପାପ ହୋଇ ନଥାଏ। ଯେକୌଣସି ରବିବାରରେ ଅଶ୍ବତ୍ଥ ବୃକ୍ଷ କାଟିବା ଉଚିତ। ଅନ୍ୟ କୌଣସି ଦିନ ଏହି କାର୍ଯ୍ୟ କରନ୍ତୁ ନାହିଁ।

- Advertisement -

ଘରର ପୂର୍ବ ଦିଗରେ ଅଶ୍ବତ୍ଥ ବୃକ୍ଷ ରହିଥିଲେ ଭୟ ଓ ନିର୍ଦ୍ଦନ ହୋଇ ଥାଆନ୍ତି। ତେଣୁ ତାହାକୁ ବିଧିବିଧାନ ପୂର୍ବକ ପୂଜା କରି ଏକ କୁଣ୍ଡରେ ସ୍ଥାପନ କରି ମନ୍ଦିରରେ ରଖି ଦିଅନ୍ତୁ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories