www.samajalive.in
Thursday, December 11, 2025
27.1 C
Bhubaneswar

ଜାମ୍ମୁ-କାଶ୍ମୀରରେ ସୁରକ୍ଷା ବଢ଼ିଲା; ୧୦୦ କମ୍ପାନୀ ଯବାନ ପଠାଇଲା କେନ୍ଦ୍ର

ଜାମ୍ମୁ: ପୁଲୱାମାରେ ଆକ୍ରମଣ ପରେ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରିବା ଏବଂ  ସୁପ୍ରିମକୋର୍ଟରେ ଧାରା ୩୫-କ ଉପରେ ଶୁଣାଣି  ସମୟରେ କୌଣସି ହିଂସାକୁ ପ୍ରତିହତ କରିବା ଲାଗି କେନ୍ଦ୍ର ସରକାର ଶନିବାର ୧୦୦ କମ୍ପାନୀ ଅର୍ଦ୍ଧ ସାମରିକ ସୁରକ୍ଷାବଳଙ୍କୁ ପଠାଇଛନ୍ତି। ସେମାନଙ୍କ ମଧ୍ୟରେ ୪୫ କମ୍ପାନୀ ସିଆରପିଏଫ ଯବାନ ରହିଥିବାବେଳେ ୩୫ କମ୍ପାନୀ ବିଏସଏଫ ଏବଂ ୧୦ କମ୍ପାନୀ ଲେଖାଏ ଏସଏସବି ଓ ଆଇଟିବିପି ଯବାନଙ୍କୁ ପଠାଯାଇଛି। ସୁରକ୍ଷା ଦୃଷ୍ଟିକୋଣରୁ ସମସ୍ତ ଯବାନଙ୍କୁ ବିମାନ ଯୋଗେ ସ୍ଥାନାନ୍ତର କରାଯାଇଛି।

ଅନ୍ୟପଟେ ସୁପ୍ରିମ​‌କୋର୍ଟରେ ଶନିବାର ସମ୍ବିଧାନର ଧାରା ୩୫-କ ଉପରେ ଶୁଣାଣି ହେବ। ଏହି ଧରା ଅନୁଯାୟୀ ଜାମ୍ମୁ-କାଶ୍ମୀରରେ ଅନ୍ୟ ରାଜ୍ୟର କୌଣସି ନାଗରିକ ଭୂସମ୍ପତ୍ତି କ୍ରୟ କରିପାରିବେ ନାହିଁ। ତେଣୁ ଶୁଣାଣି ସମୟରେ କୌଣସି ହିଂସାକାଣ୍ଡ ଘଟିବା ଆଶଙ୍କାରେ ଯବାନମାନଙ୍କୁ ମୁତୟନ କରାଯାଉଥିବା କୁହାଯାଉଛି। ଏହା ପୂର୍ବରୁ ପୁଲିସ  ଶୁକ୍ରବାର ବିଳମ୍ବିତ ରାତିରେ ବିଚ୍ଛିନ୍ନତାବାଦୀ ନେତା ତଥା ଜାମ୍ମୁ-କାଶ୍ମୀର ଲିବରେଶନ ଫ୍ରଣ୍ଟ ମୁଖ୍ୟ ୟାସିନ ମଲିକଙ୍କୁ ଗିରଫ କରିଛି। ଏଥିସହ ଉତ୍ତର, ଦକ୍ଷିଣ ଏବଂ କେନ୍ଦ୍ରୀୟ କାଶ୍ମୀରରୁ ପୁଲିସ ଜମ୍ମାତ-ଏ-ଇସଲାମି ସହ ଜଡ଼ିତ ୧୨ରୁ ଅଧିକ ନେତାଙ୍କୁ ଗିରଫ କରିଛି।

Hot this week

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

Related Articles

Popular Categories