www.samajalive.in
Saturday, December 6, 2025
26.1 C
Bhubaneswar

ନିଜର ସ୍ୱତନ୍ତ୍ରତା ପାଇଁ ପ୍ରସିଦ୍ଧ ଏହି ସ୍ଥାନ

କର୍ଣ୍ଣାଟକର ମାଣ୍ଡବା ଜିଲାର ପାଣ୍ଡବପୁରାରେ ଥିବା ଏହି ପାହାଡ଼ିଆ ସ୍ଥାନ ମନମୁଗ୍ଧକର ପରିବେଶ ଅଟେ। ଏଠାରେ ଆପଣ ପ୍ରକୃତିର ବହୁ ରୂପ ଦେଖିବାକୁ ପାଇବେ। ସନ୍ଧ୍ୟା ସମୟରେ ସୂର୍ୟ୍ୟାସ୍ତର କିରଣ ଯେତେବେଳେ ପାହାଡ଼ ଉପରେ ପଡ଼େ ଚକ୍ଷୁକୁ ପ୍ରକୃତି ଏକ ଭିନ୍ନ ସୁନ୍ଦର ରୂପରେ ଦେଖାଯାଏ। ବହୁଥିବା ପବନରେ ମନରେ ଏକ ଆଶ୍ଚର୍ୟ୍ୟଜନକ ଶାନ୍ତି ଆସିଥାଏ।
କୁନ୍ତୀ ବେଟା ଏକ ପଥରର ପାହାଡ଼ ଅଟେ। ଏହାର ଆଖପାଖରେ ଆଖୁ ଓ ଧାନ କ୍ଷେତ ରହିଛି। ଏଠାରେ ପାଗ ମଧ୍ୟ ଖୁବ ଭଲ ରହେ। ଏହି ପାହାଡ଼ର ପାଦଦେଶରେ କୁନ୍ତୀ କୁଣ୍ଡ ଝରଣା ରହିଛି। ଯାହା ପାହାଡ଼ରୁ ଖୁବ ସୁନ୍ଦର ଦେଖାଯାଏ। ସେଭଳି ଠିକ ଯେତେବେଳେ ସୂର୍ୟ୍ୟଙ୍କ କିରଣ ଏହି ଝରଣା ପାଣିରେ ପଡ଼େ ତାହା ଏହାର ସୌନ୍ଦର୍ୟ୍ୟକୁ ଦୁଇଗୁଣିତ କରିଦେଇଥାଏ। ଏହି ସ୍ଥାନର ଆଧ୍ୟାତ୍ମିକ ମହତ୍ତ୍ୱ ମଧ୍ୟ ଅଛି। କୁହାଯାଏ ଯେ, ପାଣ୍ଡବ ନିଜ ରାଜ୍ୟ ଛାଡ଼ିବା ପରେ ଏଠାରେ କିଛି ସମୟ ରହିଥିଲେ। ଏହି ପାହାଡ଼ର ତଳେ ଏକ ମନ୍ଦିର ରହିଛି। ସେହି ମନ୍ଦିରରେ କୁନ୍ତୀ ପୂଜା କରିବା ପାଇଁ ଯାଉଥିଲେ। ତାଙ୍କ ନାମ ଅନୁଯାୟୀ ଏହି ପାହାଡ଼ର ନାମ ଏପରି ହୋଇଛି ବୋଲି କୁହାଯାଏ। ଏହିସ୍ଥାନକୁ ବହୁ ପର୍ୟ୍ୟଟକ ବୁଲିବାକୁ ଆସି ବେଶ ମଜା ନେଇଥାଆନ୍ତି।
ଉଦୟପୁର ରାଜସ୍ଥାନର ସବୁଠାରୁ ପ୍ରସିଦ୍ଧ ପର୍ୟ୍ୟଟନସ୍ଥଳୀ ଭାବେ ବେଶ ପରିଚିତ।
ଉଦୟପୁରରେ ଥିବା ରୟାଲ ହୋଟେଲ ସାରା ଦୁନିଆରେ ବେଶ ପ୍ରସିଦ୍ଧ। ଏଠାକାର ଲେକ୍‍ ପ୍ଲେସର ଦୃଶ୍ୟ ମନରେ ରୋମାଞ୍ଚ ସୃଷ୍ଟି କରିଥାଏ। ଏହି ଲେକ ପ୍ଲେସ ଜଗ ନିବାସ ନାମରେ ମଧ୍ୟ ଜଣାଶୁଣା।
ଲେକ ପ୍ଲେସ ଏବେ ମହଲରୁ ସାହି ହୋଟେଲରେ ପରିବର୍ତ୍ତିତ ହୋଇସାରିଲାଣି। ଏହାର ନିର୍ମାଣ ଶୈଳୀ ଖୁବ ଉଚ୍ଚକୋଟରୀର ଅଟେ। ଛାତ ଓ ଅଗଣା ବେଶ ବିରାଟକାୟ ଅଟେ। ଜଟିଳ ଶିଳ୍ପ କଳାର ଏହା ଏକ ସୁନ୍ଦର ସ୍ଥାନ ଅଟେ। ନିକଟରେ ଥିବା ବଗିଚା ଓ ଆଖପାଖର ପରିବେଶ ବେଶ ଆକର୍ଷଣୀୟ ଅଟେ। ଦେଶବିଦେଶରୁ ବହୁ ପର୍ୟ୍ୟଟକ ଏଠାକୁ ସର୍ବଦା ଭ୍ରମଣ ପାଇଁ ଆସିଥାଆନ୍ତି। ଉଦୟପୁର ସିଟି ପ୍ଲେସ ପିଛୋଲା ଝରଣା ନିକଟରେ ରହିଛି। ଏହା ବିଶ୍ୱର ଏକ ଲୋକପ୍ରିୟ ସ୍ଥାନ ଅଟେ।
ଗମନାଗମନ ଦୃଷ୍ଟିରୁ ଆପଣ ରାଜସ୍ଥାନକୁ ରେଳରେ ଯାଇ ସେଠାରୁ ଘରୋଇଯାନରେ ଉଦୟପୁର ଯାଇପାରିବେ।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories