www.samajalive.in
Saturday, December 13, 2025
26.1 C
Bhubaneswar

ମୁଖ୍ୟମନ୍ତ୍ରୀଙ୍କୁ ନିରଞ୍ଜନଙ୍କ ଚିଠି : କରୋନାକୁ ଦୃଷ୍ଟିରେ ରଖି ରଥଯାତ୍ରା ନିଷ୍ପତି ନେବାକୁ ପରାମର୍ଶ

ଭୁବନେଶ୍ବର: କରୋନା ସଂକ୍ରମଣ ସାରା ବିଶ୍ବକୁ କବଳିତ କରିଥିବା ବେଳେ ରାଜ୍ୟ ମଧ୍ୟ ପ୍ରଭାବିତ ହୋଇଛି। ସେଥିପାଇଁ ଲକଡାଉନ କରାଯାଇଥିବା ବେଳେ କଟକଣା କୋହଳ ହେଲେ ମଧ୍ୟ ସାମାଜିକ ଦୁରତ୍ବ ସହ ମାସ୍କ ପିନ୍ଧିବା କଟକଣା ବଳବତ୍ତର ରହିବା ସମ୍ଭାବନା ରହିଛି। ଏଭଳି ପରିସ୍ଥିତିରେ ରଥଯାତ୍ରା କରାଯିବା ନିଷ୍ପତି ଠିକଣା ଭାବେ ବିଚାରବିମର୍ଷ କରି ନିଆଯିବା ଦରକାର ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି।

ଏ ସଂକ୍ରାନ୍ତରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି କରୋନା ସ୍ଥିତି ସ୍ପର୍ଶକାତର ହୋଇଥିବାରୁ ଜଗତଗୁରୁ ଶଙ୍କରାଚାର୍ୟ୍ୟ ଓ ଶ୍ରୀମନ୍ଦିର ପରିଚାଳନା କମିଟି ସହ ଆଲୋଚନା କରି ନିଷ୍ପତି ନେବାକୁ ପରାମର୍ଶ ଦେଇଛନ୍ତି। ସେ ଆହୁରି ଦର୍ଶାଇଛନ୍ତି ଯେ ରାଜ୍ୟରେ ଅନେକ ମଠ, ମନ୍ଦିର ତଥା ଧର୍ମାନୁଷ୍ଠାନର ପୂଜକମାନେ ଆର୍ଥିକ ଦୁର୍ଗତିରେ ଗତି କରୁଛନ୍ତି। ଶ୍ରୀମନ୍ଦିର ପୂଜକଙ୍କ ପରିବାରକୁ ୫ ହଜାର ଟଙ୍କା ଲେଖାଏଁ ସହାୟତା ଢ଼ାଞ୍ଚାରେ ସେମାନଙ୍କୁ ଦିଆଯାଉ ବୋଲି ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

Related Articles

Popular Categories