www.samajalive.in
Saturday, December 6, 2025
26.1 C
Bhubaneswar

ଇଣ୍ଡିଆନ୍‌ ଆଇଡଲ୍‌ ସିଜନ୍‌-୧୨: ବାଜି ମାରିଲେ ପୱନ

ମୁମ୍ବଇ: ସୋନୀ ଟିଭିରେ ପ୍ରସାରିତ ଦେଶର ଲୋକପ୍ରିୟ ସଙ୍ଗୀତ ଭିତ୍ତିକ ରିଆଲିଟି ଶୋ’ ଇଣ୍ଡିଆନ୍‌ ଆଇଡଲ୍‌ ସିଜନ୍‌-୧୨ର ବିଜେତା ହୋଇଛନ୍ତି ପୱନଦୀପ ରାଜନ। ଅନ୍ୟ ପାଞ୍ଚ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ସେ ବିଜୟୀ ମୁକୁଟ ପିନ୍ଧିଛନ୍ତି। ରବିବାର ଅନୁଷ୍ଠିତ ଶୋ’ର ଗ୍ରାଣ୍ଡ ଫିନାଲେରେ ପୱନଙ୍କୁ ବିଜେତା ଘୋଷଣା କରାଯାଇ ଟ୍ରଫି ସହ ତାଙ୍କୁ ଏକ ବିଳାସପୂର୍ଣ୍ଣ କାର୍ ଓ ୨୫ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି।

- Advertisement -

ଫିନାଲେରେ ୬ ପ୍ରତିଯୋଗୀ ପୱନଦୀପ ରାଜନ, ଅରୁଣିତା କାଞ୍ଜିଲାଲ୍, ସାୟଲି କାମ୍ବଲେ, ନିହାଲ୍ ତାଉରୋ, ମହମ୍ମଦ ଦାନୀଶ ଓ ଶନମୁଖପ୍ରିୟାଙ୍କ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା।

ଏଥିରେ ପୱନ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦ୍ୱିତୀୟ ସ୍ଥାନରେ ଅରୁଣିତା କାଞ୍ଜିଲାଲା, ତୃତୀୟ ସ୍ଥାନରେ ସାୟଲି କାମ୍ବଲେ ରହିଛନ୍ତି। ସେହିପରି ଚତୁର୍ଥ ସ୍ଥାନରେ ମହମ୍ମଦ ଦାନୀଶ, ପଞ୍ଚମ ସ୍ଥାନରେ ନିହାଲ ଓ ସବୁଠୁ କମ୍ ଭୋଟ ସହ ଷଷ୍ଠ ସ୍ଥାନରେ ରହିଛନ୍ତି ଶନମୁଖପ୍ରିୟା।

ଇଣ୍ଡିଆନ ଆଇଡଲ ଇତିହାସରେ ପ୍ରଥମ ଥର ପାଇଁ ଗତକାଲି ଚଳିତ ସିଜିନ୍‌ର ଶେଷ ଏପିସୋଡ଼କୁ ୧୨ ଘଣ୍ଟା ପାଇଁ ଟେଲିକାଷ୍ଟ କରାଯାଇଥିଲା। ଶୋ’ର ଗ୍ରାଣ୍ଡ ଫିନାଲେରେ ପ୍ରତିଯୋଗୀଙ୍କୁ ସପୋର୍ଟ କରିବା ଲାଗି ଅନୁ ମଲ୍ଲିକ, ସୋନୁ କକ୍କଡ, ହିମେଶ ରେଶମିୟା, ଉଦିତ ନାରାୟଣ, ଅଲକା ୟାଗ୍ନିକ, କୁମାର ସାନୁ, ବିଶାଲ ଦଦଲାନି, ମିକା ସିଂ, ଭାରତୀ ସିଂ, ସିଦ୍ଧାର୍ଥ ମାଲହୋତ୍ରା ଓ କିୟାରା ଆଡଭାନୀ ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, କରୋନା ମହାମାରୀ ସମୟରେ ଆରମ୍ଭ ହୋଇଥିବା ଏହି ଶୋ’ ଦୀର୍ଘ ୮ ମାସ ଧରି ଚାଲିଥିଲା ଏବଂ ଖୁବ୍‌ ଲୋକପ୍ରିୟତା ହାସଲ କରିଥିଲା।

Hot this week

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

Related Articles

Popular Categories